Entertainment

୧୯ତମ ପାତାଳୀ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା

 

 -ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ୧୯ତମ ପାତାଳୀ ମହୋତ୍ସବ ର ଆଜି ଦ୍ୱିତୀୟ ସନ୍ଧ୍ୟା।ଟ୍ରଷ୍ଟ ସମ୍ପାଦକ ଉତ୍ତର କୁମାର ପାତ୍ର ଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଉଲୁଣ୍ଡା ତହସିଲଦାର ଦିଲ୍ଲୀପ କୁମାର ମାଝୀ ଯୋଗ ଦେଇଥିଲେ । ଦ୍ୱିତୀୟ ସନ୍ଧ୍ୟା ରେ ଆଜି ଚାରଣ କେଶବ ଚରଣ ସାହୁ ଙ୍କ ଦ୍ୱାରା ପ୍ରବଚନ ଓ ବିଦ୍ୟାଳୟ ଓ ଆଞ୍ଚଳିକ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହା ସହ ବିଷ୍ଣୁ ସହସ୍ରନାମ ହବନି ୧୦୦୦ଆହୁତି ଏଥିରେ କର୍ତ୍ତା ଭାବେ ଗଡତ୍ୟା ଚମରା ଅମାତ, ସୈରେନ୍ଦ୍ରି ଅମାତ ଓ ସହଯୋଗିତା ଭାବେ ଗୋପାଳ ପଣ୍ଡା, ସନ୍ତୋଷିନୀ ପଣ୍ଡା କାର୍ଯ୍ୟ ତୁଳାଇଥିଲେ । ସୋନପୁର ବ୍ଳକ ଭିନ୍ନକ୍ଷମ ପିଲାମାନଙ୍କର କ୍ଷେତ୍ର ପରିଭ୍ରମଣ ଏଥିରେ ଅତିଥି ଭାବରେ ଏଡିଇଓ ଡଃ ରାଧାକାନ୍ତ ଗଡତ୍ୟା ଯୋଗ ଦେଇଥିଲେ। ଦ୍ୱିତୀୟ ସନ୍ଧ୍ୟା ଅଧିବେଶନ ରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିବା ବେଳେ ନଳିନୀକାନ୍ତ ବାଘ ଧନ୍ୟବାଦ ଅର୍ପଣ ଦେଇଥିଲେ।ଏହି ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ

Related Articles

Back to top button