ନାରାୟଣପ୍ରସାଦ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ।


କଣ୍ଟାମାଳ, ୧୦/୨ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ନାରାୟଣପ୍ରସାଦ ଗ୍ରାମ ପଞ୍ଚାୟତ ତରଫରୁ ସ୍ଥାନୀୟ ଖେଳ ପଡ଼ିଆରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ଭିତ୍ତିଭୂମୀର ବିକାଶ ପାଇଁଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ଲୋକଲୋଚନରେ ପହଞ୍ଚାଇବା ପାଇଁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏକ ରଙ୍ଗାରଙ୍ଗ ସାଂସ୍କୃତିକ ମଞ୍ଚରେ ନାରାୟଣପ୍ରସାଦ ଗ୍ରା.ପ.ର ନିର୍ବାହୀ ଅଧିକାରୀ ଭୁଲେଶ୍ଵର ନାଗଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ ଯୋଗଦେଇ ଓଡିଶା ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ କିପରି ସମସ୍ତଙ୍କ ପାଖରେ ପହଞ୍ଚି ଜନ ସାଧାରଣ ଲାଭ ପାଇପାରିବେ ତା ଉପରେ ସମସ୍ତଙ୍କୁ ସଚେତନ କରିଥିଲେ।ସେହିପରି ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ତାରାକାନ୍ତି ମାଝୀ, ସମିତି ସଭ୍ୟା ଜନକ ବାଘ , ୱାର୍ଡ ମେମ୍ବର ସଭ୍ୟା ହିମାଦ୍ରୀ ରଣା ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ଓଡ଼ିଶା ସରକାରଙ୍କ ଜନହିତକର କାର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ। କଣ୍ଟାମାଳର ପ୍ରଗତି ଅନୁଷ୍ଠାନର ଦୁଲଦୁଲି ଓ ମଲିକୁଦର ମହିଳା ସଂକୀର୍ତ୍ତନ ମଣ୍ଡଳୀ ଓଡ଼ିଶା ସରକାରଙ୍କ ଜନହିତକାରୀ ଯୋଜନା ଉପରେ କଳାକାରମାନେ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ ଏବଂ ସ୍ଥାନୀୟ ବିଦ୍ୟାଳୟମାନଙ୍କ ଛାତ୍ରଛାତ୍ରୀଙ୍କ ନୃତ୍ୟଗୀତରେ ରଙ୍ଗାରଙ୍ଗ ମଞ୍ଚକୁ ଦ୍ଵିଗୁଣିତ କରିଥିଲେ। ଶେଷରେ ଅତିଥିଙ୍କ ଦ୍ଵାରା ମଞ୍ଚସ୍ଥ କଳାକାରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ସାମାଜିକ, ଭାଷା, ସଂସ୍କାର, ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ପ୍ରତିଭାଧାରୀଙ୍କୁ ସମ୍ମାନୀତ କରାଯାଇଥିଲା। ଅତିଥି ପରିଚୟ ଓ ସଭା ପରିଚାଳନା ଜିଆରଏସ ନବୀନ ପ୍ରଧାନ ,ଜ୍ଞାନେନ୍ଦ୍ର କୁମାର ସ୍ଵାଇଁ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ। ଉକ୍ତ ଶିବିରରେ ସମସ୍ତ ବିଭାଗର ପଞ୍ଚାୟତ ସ୍ତରୀୟ କର୍ମଚାରୀ, ଏମବିକେ, ସିଆରପି, ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ମହିଳା ଗୋଷ୍ଠୀ ସଂଘ, ଛାତ୍ରଛାତ୍ରୀ ଓ ଜନ ସାଧାରଣ ଉପସ୍ଥିତ ରହିଥିଲେ । ସମାଜ ସେବୀ ସତ୍ୟନାରାୟଣ ମାଝୀ, ବିନୋଦବିହାରୀ ସାହୁ ଓ ପଞ୍ଚାୟତର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




