ଘଣ୍ଟାପଡ଼ା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ।


କଣ୍ଟାମାଳ, ୯/୨ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତ ତରଫରୁ ହାଇସ୍କୁଲ ଖେଳ ପଡ଼ିଆରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ଭିତ୍ତିଭୂମୀର ବିକାଶ ପାଇଁଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ଲୋକଲୋଚନରେ ପହଞ୍ଚାଇବା ପାଇଁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏକ ରଙ୍ଗାରଙ୍ଗ ସାଂସ୍କୃତିକ ମଞ୍ଚରେ ଘଣ୍ଟାପଡ଼ା ଗ୍ରା.ପ.ର ନିର୍ବାହୀ ଅଧିକାରୀ ଗୁରୁଚରଣ ସେଠୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ରୀତା କହଁର ଯୋଗଦେଇ ଓଡିଶା ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ କିପରି ସମସ୍ତଙ୍କ ପାଖରେ ପହଞ୍ଚି ଜନ ସାଧାରଣ ଲାଭ ପାଇପାରିବେ ତା ଉପରେ ସମସ୍ତଙ୍କୁ ସଚେତନ କରିଥିଲେ।ସେହିପରି ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ହାଇ ସ୍କୁଲର ପ୍ରଧାନଶିକ୍ଷକ ପିତବାସ ପଣ୍ଡା, ପୋଡାପଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମନ୍ତ ଭୋଇ , ନାଏବ ସରପଞ୍ଚ ନବୀନ କିଶୋର ମେଣ୍ଡିଲି,ପୂର୍ବତନ ଘଣ୍ଟାପଡ଼ା ସରପଞ୍ଚ ଚିତ୍ତରଂଜନ ପାତ୍ର, ସାମାଜିକ କର୍ମୀ ଗୋପୀନାଥ କହଁର,ହୃଦାନନ୍ଦ କହଁର, ବରିଷ୍ଠ ନାଗରିକ ଉଛେଇବାରିକ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ଓଡ଼ିଶା ସରକାରଙ୍କ ଜନହିତକର କାର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ମଲିକୁଦ ମହିଳା ସଂକୀର୍ତ୍ତନ୍ୟମଣ୍ଡଳୀ ଦ୍ଵାରା ଓଡ଼ିଶା ସରକାରଙ୍କ ଜନହିତକାରୀ ଯୋଜନା ଉପରେ କଳାକାରମାନେ ସଂକୀର୍ତ୍ତନ ପରିବେଷଣ କରିଥିଲେ ଏବଂ ସ୍ଥାନୀୟ ବିଦ୍ୟାଳୟମାନଙ୍କ ଛାତ୍ରଛାତ୍ରୀଙ୍କ ଦ୍ଵାରା ନୃତ୍ୟଗୀତର ଆସର ଅପରାହ୍ନ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଶେଷରେ ଅତିଥିଙ୍କ ଦ୍ଵାରା ମଞ୍ଚସ୍ଥ କଳାକାରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ଏବଂ ସାମାଜିକ, ସାହିତ୍ୟ, କଳା ଓ ସଂସ୍କୃତି, ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ପ୍ରତିଭାଧାରୀଙ୍କୁ ପଞ୍ଚାୟତ ତରଫରୁ ସମ୍ମାନୀତ କରାଯାଇଥିଲା। ଅତିଥି ପରିଚୟ, ସଭା ଓ ମଞ୍ଚ ପରିଚାଳନା ଜିଆରଏସ ଶଙ୍କର୍ଷଣ ପ୍ରଧାନ କରିଥିବା ସ୍ଥଳେ ସଦସ୍ୟ ଧରଣୀଧର ବିଭାର ଧନ୍ୟବାଦ ଅର୍ପଣ କରିଥିଲେ। ପଞ୍ଚାୟତର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




