Entertainment

ଦାଇଁଲୋ ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଆଧ୍ୟାତ୍ମିକ କ୍ଷେତ୍ରର ନବୀକରଣ ବାର୍ତ୍ତା ର ସଚେତନତା ଶିବିର


ତିର୍ତ୍ତୋଲ 🙁 ଦାଇଁଲୋ) ଗାଁରୁ ସହର ସବୁଠି ସୁନ୍ଦର, ସବୁ ଲାଗେ ନୂଆ ନୂଆ ! ସ୍କୁଲ କଲେଜ, ସ୍ୱାସ୍ଥ୍ୟକେନ୍ଦ୍ର ଆଉ ମନ୍ଦିର ଉଦ୍ଧାର ସବୁଠି ଦେଖ କିମିଆଁ ! ଏହି ନୂତନ କରଣ ସମ୍ଭବ ହୋଇଛି କେବଳ ସେଇ କିମିଆଁ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯୋଗୁଁ ! ଆଜି ଯେବେ ମାଆ ମାନେ ମିଶନଶକ୍ତି ମାଧ୍ୟମରେ ଆଗକୁ ଆସିଛନ୍ତି, କିଛି କରିକି ଦେଖେଇଛନ୍ତି , ତାହା ସେହି ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ବୋଲି ମନ୍ତବ୍ୟ ରଖିଥିଲେ ତିର୍ତ୍ତୋଲ ବ୍ଲକ ୧ ନଂ ଜୋନ ର ଜିଲ୍ଲାପରିଷଦ ଶ୍ରୀମତୀ ରଞ୍ଜିତା ସିଂହ ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଦାଇଁଲୋ ପଞ୍ଚାୟତ ରେ ପୂର୍ବତନ ସରପଞ୍ଚ କ୍ଷୀରୋଦ କୁମାର ବାରିକ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଆମଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ରଞ୍ଜିତା ସିଂହ ଯୋଗଦେଇ ଥିବା ବେଳେ ସ୍ପେଶାଲଅତିଥି ଭାବେ ତିର୍ତ୍ତୋଲ ବ୍ଲକ ଚେୟାରମ୍ୟାନ ମନୋଜ କୁମାର ବେହେରା ଥିବା ବେଳେ ସମ୍ମାନିତ ଅତିଥିଭାବେ ୪ ନଂ ଜୋନ ର ଜିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳ,୩ ନଂ ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, ସମାଜସେବୀ ସୁବ୍ରତ କୁମାର ଦାଶ, ପୂର୍ବତନ ଜିଲ୍ଲାପରିଷଦ ସନାତନ ଦଳାଇ ପ୍ରମୁଖ ଯୋଗ ଦେଇଥିଲେ ! ଏହି ସଭାରେ ସ୍ଥାନୀୟ ସରପଞ୍ଚ ଅନିତା ବାରିକ ସଭାପତିତ୍ୱ କରିଥିବା ବେଳେ ମଞ୍ଚପରିଚାଳନା ପଣ୍ଡିତ ଅଭୟ କୁମାର ଦାଶ ଏବଂ ସନାତନ ଦଳାଇ ମିଳିତ ଭାବେ ତୁଲାଇଥିଲେ !ଉକ୍ତ ସଭାରେ ପଞ୍ଚାୟତ ପ୍ରତିଭା ସମ୍ମାନରେ ଯେଉଁ କେତେ ଜଣଙ୍କୁ ସମ୍ମାନିତ କରିଥିଲେ ସେମାନଙ୍କ ମଧ୍ୟରେ ସର୍ବଶ୍ରୀ ଅନାମ ଚରଣ ମହାନ୍ତି, ଶରତ ଚନ୍ଦ୍ର ସାହୁ, ମଧୁସୂଦନ ଦାଶ, ଗୋଲେଖ ଦାଶ, ପ୍ରବୋଧ କୁମାର କରଶର୍ମା, ପଣ୍ଡିତ ନିରଞ୍ଜନ ପଣ୍ଡା, ବସନ୍ତ ଜେନା, ରବୀନ୍ଦ୍ର ଦାଶ, ଶଙ୍କର ରାଉଳ, ପଣ୍ଡିତ ଦେବେନ୍ଦ୍ର ମିଶ୍ର, ଉମାକାନ୍ତ ଦାଶ, ବାବାଜୀ ଦାସ, ଦେବେନ୍ଦ୍ର କୁମାର ଦାଶ ଓ ଶରତ କୁମାର ସାହୁ ପଞ୍ଚାୟତର ବରିଷ୍ଠ ସେବାନିବୃତ ନାଗରିକ ଥିଲେ ! ଏହି ମଞ୍ଚରେ ନୃତ୍ୟ ସଂଗୀତ ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବରାଳ ସାର ! ମୁଖ୍ୟଅତିଥି ଶ୍ରୀମତୀ ସିଂହ ପ୍ରଦୀପ ପ୍ରଜ୍ବଳନ ଓ ସଭାମଞ୍ଚ ଉଦ୍ଘାଟନ କଲାପରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀ ଙ୍କ ଦ୍ୱାରା ଗୁରୁ ବସନ୍ତ ମହାନ୍ତିଙ୍କ ସଂଯୋଜନାରେ ଆବାହ ସଂଗୀତ ଗାନ କରିଥିଲେ ! ଏହି ସଭାରେ ଏମବିକେ, ମିଶନଶକ୍ତି ଅଧିକାରୀ, ପ୍ରାଣୀ ମିତ୍ର, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ପ୍ରଡ୍ୟୁଷର ଗ୍ରୁପ, କୃଷିମିତ୍ର, ଏସଏଚଜି ଗ୍ରୁପ ଆଦି ନିଜନିଜର ନମୁନା ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା ! ପଞ୍ଚାୟତ ଅଫିସର ସନ୍ତୋଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button