Entertainment

ବେହେରାପଡା ଠାରେ ବୌଦ୍ଧ ପୁଲିସ ପକ୍ଷରୁ ଜନମୈତ୍ରୀ କାର୍ଯ୍ୟକ୍ରମ

କଣ୍ଟାମାଳ,୯/୨/୨୪ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଣ୍ଟାମାଳ ଥାନା ଅନ୍ତର୍ଗତ ଲମ୍ବସରୀ ପଞ୍ଚାୟତର ବେହେରାପଡା ଠାରେ ବୌଦ୍ଧ ଜିଲା ପୁଲିସ ପକ୍ଷରୁ ଏକ ଜନମୈତ୍ରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସାଧାରଣ ଲୋକଙ୍କ ମଧ୍ୟରେ ମାଓବାଦୀଙ୍କ ଅସାମାଜିକ, ଅସାମ୍ବିଧାନିକ କାର୍ଯ୍ୟ ନେଇ ସଚେତନ କରାଯିବା ଉଦ୍ଦେଶ୍ୟରେ ଜନମୈତ୍ରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l କାର୍ଯ୍ୟକ୍ରମରେ ବୌଦ୍ଧ ଉପଖଣ୍ଡ ଆରକ୍ଷୀ ଅଧିକାରୀ କୈଳାସ ଚନ୍ଦ୍ର ସେଠୀ, ସ୍ଥାନୀୟ ସରପଞ୍ଚ ଭଗବତୀ ସେଠୀ ,କଣ୍ଟାମାଳ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ, ବୌଦ୍ଧ ରିଜର୍ଭ ଇନ୍ସପେକ୍ଟର କୁଳମଣି ଗିରି ପ୍ରମୁଖ ଯୋଗଦେଇ ମାଓବାଦୀଙ୍କ କାର୍ଯ୍ୟକଳାପ ନେଇ ଭୟଭୀତ ନହେବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ l ଏହାସହ ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରହିଥିବା ସରକାରୀ ପୁନର୍ବାସ ଓ ଥଇଥାନ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହିତ ମାଓବାଦୀ ବିଚାରଧାରାରେ ସାମିଲ ଥିବା ଯୁବକ ଯୁବତୀ ଆତ୍ମସମର୍ପଣ କଲେ ୪ଡ଼ିସିମିଲ ଘରଡ଼ିହ, ଆବାସ ଗୃହ ସହିତ ପାଠପଢା ଖର୍ଚ୍ଚ, ବିବାହ ଆଦି ବିଭିନ୍ନ ସରକାରୀ ସହାୟତାର ବନ୍ଦୋବସ୍ତ କରାଯିବ ବୋଲି କହିବା ସହ ହିଂସା ଆଚରଣ ଛାଡି ସମାଜର ମୁଖ୍ୟ ଧାରାରେ ସାମିଲ ହେବାକୁ ଶ୍ରୀ ସେଠୀ ଆହ୍ୱାନ ଜଣାଇଥିଲେ l ସେହିପରି ସ୍ଥାନୀୟ ଅଂଚଳର ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ ଓ ପାଠ୍ୟ ଉପକରଣ ଏବଂ ଅସହାୟଙ୍କୁ ମାଗଣା ଚିକିତ୍ସା ସହ ଔଷଧ ଓ ବିଭିନ୍ନ ସହାୟତା ଉପକରଣ ବଣ୍ଟନ କରାଯାଇଥିଲା l ସ୍ଥାନୀୟ ଯୁବାବର୍ଗଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଶିବିର ଆୟୋଜନରେ କଣ୍ଟାମାଳ ଥାନାଧିକାରୀ ଶ୍ରୀ ଗୋପୀନାଥ ପ୍ରଧାନଙ୍କ ସମେତ ସମସ୍ତ ଥାନା କର୍ମଚାରୀମାନେ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button