Entertainment

ଉମା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ।


କଣ୍ଟାମାଳ, ୯/୨ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଉମା ପଞ୍ଚାୟତ ତରଫରୁ ଖେଳ ପଡ଼ିଆରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ଭିତ୍ତିଭୂମୀର ବିକାଶ ପାଇଁଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ଲୋକଲୋଚନରେ ପହଞ୍ଚାଇବା ପାଇଁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏକ ରଙ୍ଗାରଙ୍ଗ ସାଂସ୍କୃତିକ ମଞ୍ଚରେ ଉମା ଗ୍ରା.ପ.ର ସରପଞ୍ଚ ଦୌଲଥପାଣ୍ଡେଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ ଯୋଗଦେଇ ଓଡିଶା ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ କିପରି ସମସ୍ତଙ୍କ ପାଖରେ ପହଞ୍ଚି ଜନ ସାଧାରଣ ଲାଭ ପାଇପାରିବେ ତା ଉପରେ ସମସ୍ତଙ୍କୁ ସଚେତନ କରିଥିଲେ।ସେହିପରି ସମ୍ମାନୀତ ଅତିଥି ଭାବେ ବିଧାୟକ ପ୍ରତିନିଧି ସୁଧାଂଶୁ ରଣା, ବିଜେଡି ବ୍ଳକ ସଭାପତି ପ୍ରେମରାଜ ରଣା , ଫିରିଙ୍ଗିଆ ବ୍ଳକ ଉପାଧ୍ୟକ୍ଷ ଅଜିତ ସାହୁ ପ୍ରମୁମ ଉପସ୍ଥିତର ହଜନସାଧାରଣଙ୍କୁ ଓଡ଼ିଶା ସରକାରଙ୍କ ଜନହିତକର କାର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ। କଣ୍ଟାମାଳର ପ୍ରଗତି ଅନୁଷ୍ଠାନର ଦୁଲଦୁଲି ଓ ବଲାଙ୍ଗିର ଜିଲ୍ଲା ଭାଲେରର ସମଲେଶ୍ଵରୀ କଳା ପରିଷଦର ଦୁଲଦୁଲିରେ ଓଡ଼ିଶା ସରକାରଙ୍କ ଜନହିତକାରୀ ଯୋଜନା ଉପରେ କଳାକାରମାନେ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ ଏବଂ ସ୍ଥାନୀୟ ବିଦ୍ୟାଳୟମାନଙ୍କ ଛାତ୍ରଛାତ୍ରୀଙ୍କ ନୃତ୍ୟଗୀତରେ ରଙ୍ଗାରଙ୍ଗ ମଞ୍ଚକୁ ଦ୍ଵିଗୁଣିତ କରିଥିଲା। ଶେଷରେ ଅତିଥିଙ୍କ ଦ୍ଵାରା ମଞ୍ଚସ୍ଥ କଳାକାରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ସାମାଜିକ, ଭାଷା, ସଂସ୍କାର, ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ପ୍ରତିଭାଧାରୀଙ୍କୁ ସମ୍ମାନୀତ କରାଯାଇଥିଲା। ସଭା ପରିଚାଳନା ଓ ଅତିଥି   ପରିଚୟ  ଜିଆରଏସ ଚିତ୍ତ ରଞ୍ଜନ ପାତ୍ର , ମଞ୍ଚ ପରିଚାଳନା ତପନ ସାହୁ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରଞ୍ଚି କାଲସେ ଧନ୍ୟବାଦ ଦେଇଥିଲେ। ପଞ୍ଚାୟତର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button