ସର୍ବାଧିକ ଲୋକଙ୍କ ଉପସ୍ଥିତିରେ ତେନ୍ତୁଳିପଦା ଓ ପିପଳମାଧବ ପଞ୍ଚାୟତ ପାଳନ କଲା ଆମ ଓଡିଶା ନବୀନ ଓଡିଶା


ତିର୍ତ୍ତୋଲ –: ନୃତ୍ୟ ସଂଗୀତର ସାଂସ୍କୃତିକ ସମାହାରରେ ପାଳନ ହେଲା ଆମଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ! ତେନ୍ତୁଳିପଦା ପଞ୍ଚାୟତର ସ୍ଥାନୀୟ ସରପଞ୍ଚ ସରୋଜିନୀ ପରିଜା ଙ୍କ ତତ୍ୱାବଧାନରେ ଆୟୋଜିତ ସଚେତନତା ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ତିର୍ତ୍ତୋଲ ବିଡ଼ିଓ ତପନ କୁମାର ସେନାପତି ! ବିଶେଷ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଥିବା ବେଳେ ସମ୍ମାନିତ ଅତିଥି ଥିଲେ ଏବିଡ଼ିଓ ସତ୍ୟଜିତ ସ୍ୱାଇଁ, ସ୍ଥାନୀୟ ସମିତିସଭ୍ୟ ! ଅନ୍ୟମାନଙ୍କ ମଧ୍ୟରେ ତିର୍ତ୍ତୋଲ ବ୍ଲକର ସମସ୍ତ ପ୍ରଶାସନିକ ଅଧିକାରୀ, ଏମବିକେ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ପ୍ରାଣୀମିତ୍ର, କୃଷିମିତ୍ର ଏବଂ ଏସ ଏଚ ଜି ଗ୍ରୁପ ଉପସ୍ଥିତ ରହି ଗ୍ରାମାଞ୍ଚଳ ବିକାଶ ର ନମୁନା ବିଷୟରେ ଅବଗତ କରାଇଥିଲେ !
ଏହି ସମାରୋହରେ ବିଭିନ୍ନ କାର୍ଯ୍ୟଦକ୍ଷତା ବହନ କରୁଥିବା ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ! ନୃତ୍ୟ ସଂଗୀତ ପରିବେଷଣ କରିଥିବା ଆଞ୍ଚଳିକ ପ୍ରତିଭା ମାନଙ୍କୁ କପ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଓ ଉତ୍ସାହିତ କରାଯାଇଥିଲା !ଶେଷରେ ପଞ୍ଚାୟତ ଅଫିସର ଧନ୍ୟବାଦ ଅର୍ପଣ କରିଥିଲେ ! ଅନୁରୂପ ଭାବେ ପିପଳମାଧବ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ! ଏହି ସଭାରେ ସରପଞ୍ଚ ସଭାପତିତ୍ୱ କରୁଥିବା ବେଳେ ଡକ୍ଟର ଉତ୍ତମ ଚରଣ ନାୟକ, ବ୍ରଜକିଶୋର ନାୟକ, ଅକ୍ଷୟ କୁମାର ନାୟକ, ପ୍ରଭୁ ଚରଣ ଆଚାର୍ଯ୍ୟ, ଏବଂ ସତ୍ୟବ୍ରତ ନାୟକ ଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା ! ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା ଥିବାବେଳେ ସମ୍ମାନିତ ଅତିଥି ବ୍ଲକ ଏବିଡ଼ିଓ ସତ୍ୟଜିତ ସ୍ୱାଇଁ ମଂଚାସୀନ ଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ନାଏବ ସରପଞ୍ଚ, ଏମବିକେ, ପଞ୍ଚାୟତ ଅଫିସର, ଉପସ୍ଥିତ ଥାଇ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ !
ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




