Politics

DFO ଙ୍କ ଅଫିସ ଘେରାଉ

 

ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ହାତୀ ଆକ୍ରମଣ ରେ ସାଧାରଣ ଜନତାଙ୍କ ମୃତ୍ୟୁ ନେଇ ଆଜି ୧୧.୨୦ମିନିଟ ସମୟରେ ବିଜେପି ତରଫରୁ ଗଣେଶ ବଜାର ଠାରେ ଥିବା DFO ଙ୍କ ଅଫିସ ଘେରାଉ କରିଥିଲେ । ତେବେ ବିଜେପି ର ଅଭିଯୋଗ ସରକାର ଲୋକଙ୍କ ଜୀବନ ପ୍ରତି ଖେଳୁଛନ୍ତି ଏବଂ ଲୋକଙ୍କୁ ସୁରକ୍ଷା ଦେଉ ନାହାନ୍ତି । ଗୋଟିଏ ପଟେ ଲୋକ ଭୟରେ ଗାଁ ରେ ରହି ପାରୁ ନାହାଁନ୍ତି। ଅନ୍ୟ ବେଳେ ମଧ୍ୟ ଦିନ ଦିପହରେ ହାତୀ ଆସି ମୁଖ୍ୟ ରାସ୍ତାରେ ଆକ୍ରମଣ କରୁଛି ଯେଁଉ ଥିରେ ଲୋକଙ୍କ ଜୀବନ ହାନି ହେଉଛି। ଏହି କିଛି ଦିନ ମଧ୍ୟରେ ହାତୀ ଆକ୍ରମଣରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ କିନ୍ତୁ ଢ଼େଙ୍କାନାଳ ଡିଫୋଙ୍କ ନିଦ ଭାଙ୍ଗୁନି ।ବନ୍ୟା ପ୍ରାଣୀ ଙ୍କ କ୍ଷତି ଗ୍ରସ୍ତ ଲୋକଙ୍କୁ ସହଜ ଉପାୟରେ ସେମାନେ କିପରି କ୍ଷତି ପୂରଣ ପାଇବେ ସେ ବ୍ୟବସ୍ତା ସରକାର କରନ୍ତୁ ଏବଂ ଏହି ଅଯୋଗ୍ୟ DFO କୁ ଏଠୁ ଅନ୍ୟତ୍ର ବଦଳି କରାଯାଉ। ସରକାର ଯଦି ଏଥି ପ୍ରତି ଦୃଷ୍ଟି ନ ଦିଅନ୍ତି ଆଗାମୀ ଦିନରେ ଢ଼େଙ୍କାନାଳ ବିଜେପି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପି ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରାମଚନ୍ଦ୍ର ପାତ୍ର , ଏମ୍ ଯେ ମହିମା ଓ ଜିଲ୍ଲା ସଭାପତି ସମେତ ଅନ୍ୟ ସମସ୍ତ ଦଳୀୟ କର୍ମୀ ଉପସ୍ଥିତ ଥିଲେ

Related Articles

Back to top button