Politics

ଗରାମ ପଞ୍ଚାୟତରେ ଶହସ୍ରାଧିକ ଲୋକଙ୍କ ଉପସ୍ଥିତିରେ ପାଳନ ହେଲା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ !


ତିର୍ତ୍ତୋଲ –:ରାଜ୍ୟ ସାରା ବିକାଶ ର ସଚେତନତା ର ବାର୍ତ୍ତା ବହନ କରୁଥିବା ଆମ ଓଡିଶା ନବୀନ ଓଡ଼ିଶାର କାର୍ଯ୍ୟକ୍ରମ ରେ ସର୍ବାଧିକ ମହିଳା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରୁଥିବାର ଦେଖିବାକୁ ମିଳୁଥିବା ବେଳେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତରେ ତାର ଝଲକ ଦେଖାଯାଇଥିଲା ! ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଥିଲେ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ବ୍ଲକ ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି,ସମିତିସଭ୍ୟ ଉମେଶ ଚନ୍ଦ୍ର ସ୍ୱାଇଁ, ନାଏବ ସରପଞ୍ଚ ଲିଲିସ୍ମିତା ମହାନ୍ତି, ପଞ୍ଚାୟତ ଅଫିସର ଫକୀର ମୋହନ ସାହୁ, ଜିଆରଏସ ବିଶ୍ୱନାଥ ବିଶ୍ୱାଳ, ପୂର୍ବତନ ସରପଞ୍ଚ କିଶୋର କୁମାର ସାହୁ ! ଅନ୍ୟତମ ସମ୍ମାନିତ ଅତିଥି ଥିଲେ ଦେବେନ୍ଦ୍ର ନାୟକ, କେଦାର କିଶୋର ରାଉତ, ବିଷ୍ଣୁ ଚରଣ ବାରିକ, କେଦାର ବାରିକ, ବିକ୍ରମ ନାୟକ, ଅଲେଖ ବରାଳ, ଭାଗବତ ବରାଳ, ସ୍ମୃତି ରଞ୍ଜନ ସାହୁ,ଗୋଲେଖ ବରାଳ, ଜ୍ୟୋତିରଞ୍ଜନ ମଲ୍ଲିକ,କୈଳାସ ତାରେଣିଆ,ନିହାର ରଞ୍ଜନ ସାହୁ,ନରହରି ନାୟକ, ଜଗବନ୍ଧୁ ସାହୁ,କୈଳାସ ସାହୁ,ଚିତ୍ତରଞ୍ଜନ ନାୟକ ! ଏହାବ୍ୟତୀତ ଏମବିକେ,ସିଆରପି, ପ୍ରାଣୀ ମିତ୍ର, କୃଷିମିତ୍ର, ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ ପ୍ରମୁଖ ଯୋଗ ଦେଇ ଥିଲେ !ବିଶେଷକରି ଗ୍ରାମାଞ୍ଚଳ ମାନଙ୍କରେ ସରକାରୀ ଯୋଜନାର ସଚେତନତାର ସନ୍ଦେଶ ଲୋକମାନଙ୍କୁ ଅବଗତ କରାଯାଇଥିଲା !
ଆମନ୍ତ୍ରିତ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ! ଏହି ସଭାରେ ସଭାପତି ଥିଲେ ନାଏବ ସରପଞ୍ଚ ଲିଲିସ୍ମିତା ମହାନ୍ତି ! ସଭାପରିଚାଳନା ପ୍ରଦ୍ୟୁମ୍ନ କିଶୋର ଚଇନି କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଫକୀର ମୋହନ ସାହୁ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button