ବରଗାଁ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ।


କଣ୍ଟାମାଳ, ୮/୨ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ବରଗାଁ ପଞ୍ଚାୟତ ତରଫରୁ ହାଇସ୍କୁଲର ଖେଳ ପଡ଼ିଆରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ରଙ୍ଗାରଙ୍ଗ ସାଂସ୍କୃତିକ ମଞ୍ଚରେ ବରଗାଁ ଗ୍ରା.ପ.ର କାର୍ଯ୍ୟନିର୍ବାହୀ ଅଧିକାରୀ ଭୂଲେଶ୍ଵର ନାଗଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ରଶ୍ମିତା ରଣା ଯୋଗଦେଇ ଓଡିଶା ସରକାରଙ୍କ ଏଭଳି ଆନୁଷ୍ଠାନିକ କାର୍ଯ୍ୟକ୍ରମକୁ ବହୁ ପ୍ରଶଂସା କରିଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ମଞ୍ଜୁଳା ଏକ୍କା, ଡବ୍ଲୁଇଓ ଜ୍ୟୋତି ରଂଜନ ବେହେରା ମଧ୍ୟ ଏପରି ଏକ ମଞ୍ଚରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ କଳାର ବିକାଶ ପାଇଁଁ ଅଭିନବ ଉପାୟରେ ଓଡ଼ିଶା ସରକାର ଉତ୍ସାହିତ କରୁଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଥିଲେ।ପରେ ବଡ଼ଛପାପାଲିର ମହିଳା ସଂକିର୍ତ୍ତନ୍ୟମଣ୍ଡଳୀ ଓ କଣ୍ଟାମାଳର ପ୍ରଗତି ଅନୁଷ୍ଠାନର ଦୁଲଦୁଲିରେ ଓଡ଼ିଶା ସରକାରଙ୍କ ଜନହିତକାରୀ ଯୋଜନା ଉପରେ କଳାକାରମାନେ ପରିବେଷଣ କରିଥିଲେ ଏବଂ ବିଦ୍ୟାଳୟମାନଙ୍କ ଛାତ୍ରଛାତ୍ରୀଙ୍କ ନୃତ୍ୟଗୀତରେ ମଞ୍ଚ ଦୁଲୁକିଥିଲା। ଶେଷରେ ଅତିଥିଙ୍କ ଦ୍ଵାରା ମଞ୍ଚସ୍ଥ କଳାକାରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ସାମାଜିକ, ଭାଷା, ସଂସ୍କାର, ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଭାତ କୁମାର ସାହୁ, ବଂଶୀଧର ମାଝୀ,ବଳରାମ ବାଘ ଓ ବାସୁଦେବ ଷାଣ୍ଢଙ୍କୁ ସମ୍ମାନୀତ କରାଯାଇଥିଲା। ସହ ପରିଚାଳନା ଭାବେ ଜିଆରଏସ ପ୍ରେମାନନ୍ଦ ସାହୁ ଅତିଥି ପରିଚୟ, ମଞ୍ଚ ପରିଚାଳନା ସହିତ ଧନ୍ୟବାଦ ଦେଇଥିଲେ। ପଞ୍ଚାୟତର ସମସ୍ତ କର୍ମଚାରୀଙ୍କ ସହ ସମାଜସେବୀ ପିନାକଧର ରଣା ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




