ବିରିତୋଳ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ରଙ୍ଗାରଙ୍ଗ ମାହୋଲ !


ତିର୍ତ୍ତୋଲ 🙁 ବିରିତୋଳ) ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିରିତୋଳ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ପ୍ରତିଭା ଚୟନ ନାମରେ ରଙ୍ଗାରଙ୍ଗ ନୃତ୍ୟର ଝଲକ ଦେଖାଯାଇଥିଲା ! ବିରିତୋଳ ସରପଞ୍ଚ ରମାମଣି ଦାସ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଶିଷ୍ଠ ସମାଜସେବୀ ଅଶ୍ୱିନୀ କୁମାର ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଥିଲେ ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ସ୍ପେଶାଲ ଅତିଥି ଥିଲେ ଜିଲ୍ଲା ବିଜେଡି ସଭାପତି ରବିନାରାୟଣ ଜେନା, ସମ୍ମାନିତ ଅତିଥି ଥିଲେ ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା, ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ,ଦେବେନ୍ଦ୍ର ମଲ୍ଲିକ, ବିଡ଼ିଓ ତପନ ସେନାପତି, ଜିଲ୍ଲାପରିଷଦ ସୁନୀଲ ବେହେରା ଏବଂ ପଞ୍ଚାୟତ ଅଫିସର ତୋଫାନ ଦାସ ! ଅନ୍ୟ ମାନଙ୍କ ମଧ୍ୟରେ ଏମବିକେ, ସିଆରପି, ପ୍ରାଣୀ ମିତ୍ର, କୃଷିମିତ୍ର, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ ଆଦି ଅନେକ ଏସ. ଏଚ. ଜି. ଗ୍ରୁପ, ପ୍ରଡକ୍ସନ ଗ୍ରୁପ ମାନେ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା !ଆମନ୍ତ୍ରିତ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା !ଆଞ୍ଚଳିକ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ କୃତୀ କଳାକାରଙ୍କୁ ମାନପତ୍ର ଦିଆଯାଇଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




