ଛତିଆ ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ।


ବଡ଼ଚଣା,୮।୨.(ନି: ପ୍ର) ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଜନହିତକର ଲୋକାଭିମୁଖୀ ଯୋଜନାର ପ୍ରଚାର ପ୍ରସାର ନିମନ୍ତେ ଆଜି ବଡ଼ଚଣା ବ୍ଲକ ଛତିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ ୍ଭ କରିଥିଲେ। ମୁଖ୍ୟ ବକ୍ତା ି ଭାବେ ବଡ଼ଚଣା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିଭାସ ନନ୍ଦ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପସଭାପତି ଅମର ମହାନ୍ତି , ସୁଙ୍ଗୁଡା ପଲ୍ଲୀ ମଙ୍ଗଳ ସମିତି ସଭାପତି ସଞ୍ଜୟ ସ୍ୱାଇଁ, ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ, ନେଳିଆ ବିଜେଡ଼ି ସଭାପତି ଧୀରେନ୍ଦ୍ର ନାଥ , ଜି ଆର ଏସ ରଞ୍ଜୁଶ୍ରୀ ସାହୁ , ବଡ଼ଚଣା ମିଶନ ଶକ୍ତି ସଂଯାଯୋକ ମନୋରଞ୍ଜନ ପାତ୍ର, ଛତିଆ ପଞ୍ଚାୟତ କାର୍ଯ୍ୟବାହି ଅଧିକାରିଣୀ ସନ୍ଧ୍ୟା ରାଣୀ ମଲ୍ଲିକ ସମାଜ ସେବୀ ପ୍ରିୟ ନାଥ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ପଞ୍ଚାୟତ ର ବହୁ ମହିଳା, ଯୁବକ,କୃଷକ, ଛତିଆ ମିଶନ ଶକ୍ତିର ମହିଳା ସଂଘ , ଅଙ୍ଗନୱାଡି ଓ ଆଶାକର୍ମୀ ଙ୍କ ସହିତ ୱାର୍ଡ ସଭ୍ୟ ସଭ୍ୟାଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଶଷିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ସୋଲର ଉର୍ଣ୍ଣିତ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ବିଦ୍ୟାଧର ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଟଣା ପ୍ରାଥମିକ ବିଦ୍ୟାଳୟ ର ସୁନାମ ଧନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା,ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ CRCC ରଶ୍ମି ରଞ୍ଜନ ଷେଣ୍ଢ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା, ମଞ୍ଚରେ ଆହୁରିମଧ୍ୟ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ମୁଖ୍ୟ ଅତିଥି ଦ୍ଵାରା ଉତ୍ତରୀୟ ମାନପତ୍ର ପ୍ରଦାନ କରା ଯାଇ ସମ୍ମାନିତ କରାଯାଇଥିଲା । ଆଗାମୀ କଳା ନିକେତନ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଷଣ କରି ଥିଲେ। କୁମାର ଗୋବିନ୍ଦ ଓ ସାଥି ମାନେ ମନ ଛୁଆଁ ସଂଗୀତ ପରିବେଷଣ କରି ଥିଲେ,ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋଚନା ମାଧ୍ୟମରେ ସଚେତନତା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଛତିଆ ସମିତି ସଭ୍ୟ ଦୀପକ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇ ଥିବା ବେଳେ, ଯୋନ ସଭାପତି ବାସୁଦେବ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ। ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ଭାଗ୍ୟଧର୍ ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମାଜ ସେବୀ ପ୍ରଦୋଷ ନାଥ, ସର୍ବେଶ୍ଵର ରାଉଳ, ମନୋଜ ସାମଲ,ସରୋଜ ସିଂ, ଶରତ ପାଣିଗ୍ରାହୀ,ରାମ ଚନ୍ଦ୍ର ପାତ୍ର, ଅବି ନାଶ ନନ୍ଦ,ବିକ୍ରମ ସିଂ, ମୁନା ରଣା ପ୍ରମୁଖ ସହଯୋଗ କରିଥିଲେ।ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,





