Entertainment

ସେବା ମହୋତ୍ସବ ରେ “ସେବା 24×7” ପୋଟାଲ ଜନତା ଙ୍କ ସେବାରେ ଲୋକାର୍ପିତ ….

.

ହରଭଙ୍ଗା ::(ଚିତ୍ତ ରଞ୍ଜନ ସିଂ) ଜନତାଙ୍କ ସେବାରେ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଜର୍ଣ୍ଣାଲିଷ୍ଟ ଆସୋସେସନ ହରଭଙ୍ଗା ବ୍ଲକ, ଆନୁକୂଲ୍ୟରେ ଅନୁଷ୍ଠିତ “ପ୍ରଥମ ସେବା ମହୋତ୍ସବ “ର ଉଦ୍ଘାଟନୀ ଦିବସରେ ଜନତାଙ୍କ ସେବାରେ ପ୍ରଥମ ଥର ପାଇଁ ଶୁଭ ଲୋକାର୍ପିତ ହେଲା ପୋଟାଲ ନିୟୁଜ ଚ୍ୟାନେଲ “ସେବା 24×7″ଏହି ଚ୍ୟାନେଲ କେବଳ ଅସହାୟ, ଦୁଃଖୀ, ରଙ୍କି, ଭିନ୍ନକ୍ଷମ, ଦୁର୍ଗମ ଅଂଚଳ ର ସାଧାରଣ ମୌଳିକ ଅସୁବିଧା କୁ ସରକାର ଓ ପ୍ରଶାସନ ପାଖରେ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିବ ଓ ଗରୀବର ହକ କୁ ହାତ ମୁଠାରେ ଦେବାରେ ସଂକଳ୍ପ କରି ଆରମ୍ଭ କରିଛି l ଏହି ପୋଟାଲ ନିୟୁଜ ଚ୍ୟାନେଲ ଟିକୁ ସାଇ ଚାରିଟେବୁଲ ଟ୍ରଷ୍ଟ, ଶିଶୁପାଳ ଗଡ଼ ର ଅଧକ୍ଷ ସଦାଶିବ ଦାସ ଉନ୍ମୋଚନ କରିଥିବା ବେଳେ ଜର୍ଣ୍ଣାଲିଷ୍ଟ ଆସୋସେସନ ହରଭଙ୍ଗା ବ୍ଲକ ର ବରିଷ୍ଠ ଉପଦେଷ୍ଟା ତଥା ଅଂଚଳ ର ଜଣାଶୁଣା ବ୍ୟକ୍ତିତ୍ୱ ସୁକାନ୍ତ ପଟ୍ଟନାୟକ ଏହି “ସେବା 24×7″ପୋଟାଲ ର ମୁଖ୍ୟ ସମ୍ପାଦକ ଭାବେ କାର୍ଯ୍ୟଭlର ଦାୟିତ୍ୱ ବହନ କରିଛନ୍ତି l ଏଭଳି ଏକ ମହତ ପୂର୍ଣ୍ଣ ପଦକ୍ଷେପ ଜନତାଙ୍କ ସେବାରେ ଆସୁଥିବା ପୋଟାଲ କୁ ନେଇ ବିଭିନ୍ନ ମହଲରେ ସାଧୁବାଦ ର ଚର୍ଚ୍ଚା ପାଲଟିଛି l

Related Articles

Back to top button