Entertainment

ମହାଦେବପାଲି ଗ୍ରାମ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ଯକ୍ରମ

 

ବିନିକା, ୭/୨ (ସମର୍ଥ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ଗ୍ରାମ ପଞ୍ଚାୟତର କର୍ତ୍ତଙ୍ଗ ହାଇସ୍କୁଲ ଖେଳ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସରପଞ୍ଚ ପ୍ରଣତି ମହାକୁରଙ୍କ ସଭାପତିତ୍ଵରେ ସଚେତନତା ଶିବିର ଅନୁଷ୍ଠିତ କରାଯାଇଥିଲା। ଏହି ଶିବିରରେ ବିନିକା ବ୍ଲକ ବିଡ଼ିଓ ପ୍ରମୋଦ କୁମାର ମେହେର ମୂଖ୍ଯ ଅତିଥି ଭାବେ ଯୋଗ ଦାନ କରିଥିଲେ। କର୍ତ୍ତଙ୍ଗ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ହୋତା, ବ୍ଲକ କଳାକାର ସଂଘ ଉପ ସଭାପତି ଶାଶ୍ଵତ କୁମାର ତ୍ରିପାଠୀ, ବ୍ଲକ ଜିପିଓ ଦୀନବନ୍ଧୁ ମଲ୍ଲିକ ଆଦି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶିବରାମ ମିଶ୍ର ସଭାକୁ ପରିଚାଳନା ଓ ସଂଯୋଜନା କରିଥିଲେ। ସମସ୍ତ ବିଦ୍ୟୁତ ବିଭାଗର ଅଧିକାରୀ, ସିଆର୍ ପି, ଏମ୍ ବି କେ, ଅଙ୍ଗନବାଡ଼ି କର୍ମୀ ଓ ସମସ୍ତ ଓ୍ଵାର୍ଡ ସଭ୍ୟ ସଭ୍ୟା ତଥା ମହାଦେବପାଲି ପଞ୍ଚାୟତର ଜନସାଧାରଣ ଉପସ୍ଥିତ ଥିଲେ। ସଭା ଶେଷରେ ସିଆର୍ ସିସି ଶୁବାଷ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଥିରେ ସମସ୍ତ କଳାକାର ସରକାରଙ୍କ ସମସ୍ତ ଯୋଜନାକୁ ନେଇ କଳା ପରିବେଷଣ କରିଥିଲେ। ସଭା ମଧ୍ୟରେ ଅତିଥିମାନଙ୍କ ଦ୍ଵାରା ଗ୍ରାମ ପଞ୍ଚାୟତର ବହି ଉନ୍ମୋଚନ କରାଯାଇଥିଲା ଏବଂ କିଛି ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ଏବଂ ସରକାରଙ୍କ ସମସ୍ତ ଯୋଜନା ଗୁଡିକ ବିଷୟରେ ଏଲ୍ ଇ ଡି ଟିଭି ମଧ୍ୟମରେ ଏକ ଭିଡିଓ କ୍ଲିପ୍ ପରିବେଷଣ କରାଯାଇଥିଲା। ସଭା ଶେଷରେ ସିଆର୍ ସିସି ଶୁବାଷ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

 

ବିନିକା ବ୍ଲକରୁ ପରକ୍ଷିତ ବାଘଙ୍କ ରିପୋର୍ଟ

Related Articles

Back to top button