Entertainment

ସେଲେଡି ଗ୍ରାମ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

 

ବିନିକା, ୭/୨ (ସମର୍ଥ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମ ପଞ୍ଚାୟତ ଅଧିନ ସେଲେଡି ହାଇସ୍କୁଲ ଖେଳ ପଡିଆରେ ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ତଥା ଆମ ପଞ୍ଚାୟତର ବିକାଶ କାର୍ଯ୍ୟକ୍ରମ ସେଲେଡି ସରପଞ୍ଚ ଶୁଭାଗିନୀ ସୁନାଙ୍କ ସଭାପତିତ୍ଵରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ସବ୍ୟା ଲବଣିଆଁ, ବିନିକା ବ୍ଲକ ବିଜେଡି ସଭାପତି ଦ୍ଵାରିକାନାଥ ସାହୁ, ପୂର୍ବତନ ସରପଞ୍ଚ ଭରତ ଚନ୍ଦ୍ର ଗାଇଗରିଆ, ନାଏଵ ସରପଞ୍ଚ ବିରା ପେରା ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଞ୍ଚାୟତର ବିକାଶ କାର୍ଯ୍ୟକ୍ରମରେ ପୁଙ୍ଖାନୁପୁଙ୍ଖ ଭାବରେ ଜନସାଧାରଣଙ୍କୁ ବୁଝାଇ କୁହାଯାଇଥିଲା।ବ୍ଲକ କର୍ମଚାରୀ କୁବେର ହରିପାଲ ସଭା ପରିଚାଳନା କରିବାଥିବା ବେଳେ ପିଇଓ ଦୁର୍ଯ୍ୟୋଧନ ମେହେର ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟକୁ ସାଙ୍ଗ କରିଥିଲେ। ସମସ୍ତ ବିଦ୍ୟୁତ ବିଭାଗର ଅଧିକାରୀ, ପ୍ରାଣୀଧନ ବିଭାଗ, ସିଆର୍ ପି, ଏମ୍ ବି କେ, ଅଙ୍ଗନବାଡ଼ି କର୍ମୀ ଓ ସମସ୍ତ ଓ୍ଵାର୍ଡ ସଭ୍ୟ ସଭ୍ୟା ତଥା ସେଲେଡି ପଞ୍ଚାୟତର ଜନସାଧାରଣ ଉପସ୍ଥିତ ଥିଲେ। ପରେ ବିଭିନ୍ନ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଥିରେ ସମସ୍ତ କଳାକାର ସରକାରଙ୍କ ସମସ୍ତ ଯୋଜନାକୁ ନେଇ କଳା ପରିବେଷଣ କରିଥିଲେ। ସଭା ମଧ୍ୟରେ ଅତିଥି ମାନଙ୍କ ଦ୍ଵାରା ଗ୍ରାମ ପଞ୍ଚାୟତର ବହି ଉନ୍ମୋଚନ କରାଯାଇଥିଲା ଏବଂ କିଛି ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ଏବଂ ସରକାରଙ୍କ ସମସ୍ତ ଯୋଜନା ଗୁଡିକ ବିଷୟରେ ଏଲ୍ ଇ ଡି ଟିଭି ମଧ୍ୟମରେ ଏକ ଭିଡିଓ କ୍ଲିପ୍ ପରିବେଷଣ କରାଯାଇଥିଲା।

ବିନିକା ବ୍ଲକରୁ ପରକ୍ଷିତ ବାଘଙ୍କ ରିପୋର୍ଟ

Related Articles

Back to top button