ସୋଲର ଗ୍ରାମ ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ।


ଛତିଆ,୬।୨,(ଆ: ପ୍ର) ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଜନହିତକର କାର୍ଯ୍ୟର ପ୍ରଚାର ପ୍ରସାର ନିମନ୍ତେ ଆଜି ବଡ଼ଚଣା ବ୍ଲକ ସୋଲାର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ଅନଷ୍ଠିତ ହୋଇ ଯାଇଛି। ଏଥି ସହିତ ଜନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଥିଲା। ପ୍ରାକ୍ତନ ସମିତି ସଭ୍ୟ ମାଧବାନନ୍ଦ ମହାପାତ୍ର ଙ୍କ ପୌରହିତ୍ୟ ରେ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ।ଏଥିରେ ପଞ୍ଚାୟତ ର ବହୁ ମହିଳା, ଯୁବକ,କୃଷକ ମିଶନ ଶକ୍ତିର ମହିଳା ସଂଘ, ଅଙ୍ଗନୱାଡି ଓ ଆଶାକର୍ମୀ ଙ୍କ ସହିତ ୱାର୍ଡ ସଭ୍ୟ ସଭ୍ୟା ଯୋଗଦେଇ ଥିଲେ। ସରପଞ୍ଚ ବିଜୟ ସ୍ୱାଇଁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ, ସମିତି ସଭ୍ୟ ସଞ୍ଜୟ ବେହେରା ମଞ୍ଚ ପରିଚାଳନା କରିଥିଲେ। ଆୟୋଜିତ ସଭାରେ ପୂର୍ବତନ ବିଜେଡ଼ି ସଭାପତି ରମେଶ ବିଶ୍ଵାଳ,ପଞ୍ଚାୟତ କର୍ଯ୍ୟବାହୀ ଅଧିକାରୀ ପ୍ରଶାନ୍ତ କୁମାର ଲେଙ୍କା, ଜି ଆର ଏସ ପ୍ରଳୟ ରଣା, ପ୍ରଭାକର ରାଉତ, ମହିଳା ମହାସଂଘ ର ସଭାନେତ୍ରୀ ଦମୟନ୍ତୀ ରାଉତ, ସମ୍ପାଦିକା ସ୍ୱୟଂ ପ୍ରଭା ସ୍ୱାଇଁ,ମହିଳା ସଂଗଠିକା ଗୀତାଞ୍ଜଳି ବିଶ୍ଵାଳ, ଅଙ୍ଗନୱାଡ଼ି କର୍ମୀ ମମତା ମହାପାତ୍ର,ଶୁଭ ଲକ୍ଷ୍ମୀ ପ୍ରହରାଜ, ସୁଚିଶ୍ମିତା ପରିଡ଼ା, ରଶ୍ମିତା ଦାସ ପ୍ରମୁଖ ଯୋଗ ଦେଇ ଥିଲେ। ମଞ୍ଚରେ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ପଞ୍ଚାୟତ ପକ୍ଷରୁ ଉତ୍ତରୀୟ ମାନପତ୍ର ପ୍ରଦାନ କରା ଯାଇ ଥିଲେ। ସୋଲର ପ୍ରକଳ୍ପ ଉନ୍ନୀତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରି ଥିବା ବେଳ, ସଙ୍କୀର୍ତ୍ତନ ମଣ୍ଡଳୀ ଓ ପାଲା କାର ମାନଙ୍କ ଦ୍ଵାରା ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାଲା ମାଧ୍ୟମରେ ପରିବେଷଣ କରିଥିଲେ। ଯୁବ ସମାଜ ସେବୀ ଅଜୟ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news




