Entertainment

ତୃତୀୟ ବାଉଁଶୁଣୀ ଲୋକ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଦ୍ୱିତୀୟ ସନ୍ଧ୍ୟା: ସମସ୍ତେ ସହଯୋଗ କଲେ ଅଞ୍ଚଳର ବିକାଶ ହେବ, ଅତିଥି ବୃନ୍ଦ 

ବୌଦ୍ଧ(ଚିତ୍ତରଞ୍ଜନସିଂ): ବୌଦ୍ଧ ବ୍ଲକ ବାଉଁଶୁଣି ହାଇସ୍କୁଲ ଖେଳ ପଡିଆ ରେ ତୃତୀୟ ବାଉଁଶୁଣି ଲୋକ ମହୋତ୍ସବ ଆଜି ଦ୍ୱିତୀୟ ସନ୍ଧ୍ୟାରେ ଅତିଥିଭାବେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିପ୍ର ଚରଣ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ କଂହେଇ ଚରଣ ଡ।ଙ୍ଗ, ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀନୀ ସମ୍ପାଦକ ସୁଧୀର ମହାକୁଡ, ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ସାହୁ, ଗୁନ୍ଦଲିଆ ସରପଞ୍ଚ ଧବଳେଶ୍ଵର ସିଂ ଯୋଗ ଦେଇ ସମସ୍ତେ ସହଯୋଗ କଲେ ଅଞ୍ଚଳର ବିକାଶ ରେ କେହି ବାଧା ସୃଷ୍ଟି କରିବେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ସାଂସ୍କୃତିକ ପରିଷଦର ଉପ ସଭାପତି ମ ନୋଜ ଗାଇଗୈରିଆଙ୍କ ସଭାପତିତ୍ବ କରିଥିବା ବେଳେ ପରିଷଦର ସଭ୍ୟ ଚକ୍ର ଧର ମେହେର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ମିଶନ ପବ୍ଲିକ ସ୍କୁଲର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ସଭା ପରେ ଢେଙ୍କାନାଳ ର ଲ।ଉଡି ନୃତ୍ୟ, ବଲାଙ୍ଗୀର କଳାକାରଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ , ଦୁଲ ଫୁଲ କଳ। ପରିଷଦ ଦ୍ଵାରା ଭାଇ ଯୁଇନ୍ତିଆ, ଗଜର। ଜପୁର ର ଦଣ୍ଡ ନାଚ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବାଉଁଶୁଣି ସାଂସ୍କୃତିକ ପରିଷଦ ପକ୍ଷରୁ ଏହି ମହୋତ୍ସବ ଆୟୋଜନ ହେଉଥିବା ବେଳେ ଅଞ୍ଚଳବାସୀ ସହଯୋଗ କରୁଛନ୍ତି। ମିନା ବଜାର ସହିତ ପଲ୍ଲୀଶ୍ରୀ ମେଳାର ଭର ପୂର୍ ଫାଇଦା ନେଇଥିଲେ ଦର୍ଶକ।

Related Articles

Back to top button