ସବୁଠାରୁ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମତ ରଖିଲେ ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା !


ତିର୍ତ୍ତୋଲ –: ଗ୍ରାମାଞ୍ଚଳରୁ ସହର ସବୁଠି ବିକାଶ ଆଉ ବିକାଶ ! ସବୁ ବିକାଶ ପଛରେ ନବୀନ ସରକାର ! ସବୁଠୁ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! କଥା କମ୍ କାମରେ ଦେଖାନ୍ତି ଦମ୍ !ପ୍ରତି ପଞ୍ଚାୟତ ସ୍ତରରେ ଆମ ଓଡିଶା ନବୀନ ଓଡିଶା ନାମରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଉପସ୍ଥାପନା କରାଯାଇ ସଚେତନ ର ବାର୍ତ୍ତା ଦିଆଯାଉଛି !ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ନାୟକ ବିଜୁ ବାବୁଙ୍କ ସ୍ୱପ୍ନର ଓଡିଶାକୁ ନବୀନ ଓଡିଶା ନାମରେ ବିକାଶ ସାଧନ କରାଇ ଲୋକପ୍ରିୟତା ହାସଲ କରିବାରେ ସଫଳ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ! ଏକଥା ଆମେ କହୁନୁ କହୁଛନ୍ତି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ବିଶନପୁର ପଞ୍ଚାୟତରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା !ଏହି ସଭାରେ ସମ୍ମାନିତ ଅତିଥି ମାନେ ଥିଲେ ୧ ନଂ ଜୋନର ଜିଲ୍ଲାପରିଷଦ ରଞ୍ଜିତା ସିଂହ, ଦାଇଁଲୋ ପଞ୍ଚାୟତ ସରପଞ୍ଚ ପ୍ରତିନିଧି କ୍ଷୀରୋଦ କୁମାର ବାରିକ, କନୀମୂଳ ସରପଞ୍ଚ ପ୍ରତିନିଧି ପ୍ରଭାସ କୁମାର ସାହୁ, କନୀମୂଳ ସମିତିସଭ୍ୟ ବସନ୍ତ କୁମାର ମହାପାତ୍ର,
ମିଶନଶକ୍ତି ପ୍ରତିନିଧି ତ୍ରୈଲୋକ୍ୟ ମଲ୍ଲ, କୃଷି ଅଧିକାରୀ ଦେବାଶିଷ ଦାସ,ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା, ପୂର୍ବତନ ସମିତିସଭ୍ୟ ନିରଞ୍ଜନ ସେଠୀ, ବର୍ତ୍ତମାନ ର ସମିତିସଭ୍ୟା ଜୟନ୍ତୀ ମହାପାତ୍ର, ଏବଂ ତିର୍ତ୍ତୋଲ ଏବିଡିଓ ସତ୍ୟଜିତ ସ୍ୱାଇଁ !ମଞ୍ଚ ପରିଚାଳନା ପଣ୍ଡିତ ଅଭୟ କୁମାର ଦାଶ କରିଥିବା ବେଳେ,ବସନ୍ତ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ ! ସଭାପୂର୍ବରୁ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ଶିକ୍ଷା, ସୁରକ୍ଷା, କୃଷି, କଳା ଆଦି କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା !ଅତିଥି ପରିଚୟ ପ୍ରଭାସ ସାହୁ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବିଭୁତି ଭୂଷଣ ବରାଳ !ଶହସ୍ରାଧିକ ବ୍ୟକ୍ତି ଏହି ସଭାରେ ଯୋଗଦାନ କରିଥିବାର ଦେଖାଯାଇଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




