Entertainment

ଉତ୍ସାହ ଓ ଉଦ୍ଦୀପନାର ସହ ପଞ୍ଚାୟତ ମାନଙ୍କରେ ଚାଲିଛି ଆମ ଓଡିଶା ନବୀନ ଓଡିଶା ର ସଚେତନତା କାର୍ଯ୍ୟକ୍ରମ !

 

 ତିର୍ତ୍ତୋଲ ::-ଉତ୍ସାହ ଓ ଉଦ୍ଦୀପନାର ସହ ପଞ୍ଚାୟତ ମାନଙ୍କରେ ଚାଲିଛି ଆମ ଓଡିଶା ନବୀନ ଓଡିଶା ର ସଚେତନତା କାର୍ଯ୍ୟକ୍ରମ ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ଗ୍ରାମ ପଞ୍ଚାୟତ ର ହାଟପଡ଼ିଆ ଠାରେ ସ୍ଥାନୀୟ ସରପଞ୍ଚ ସଙ୍ଗୀତା ବଳ ଙ୍କ ସଭାପତିତ୍ବରେ, ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଗ୍ରାମାଞ୍ଚଳ ବିକାଶକୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୂଖ୍ୟଅତିଥି ଭାବେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଓ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସନ୍ଧ୍ୟାରାଣୀ ମାହାନ୍ତି , ୪ ନଂ ଜୋନ ର ଜିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳ , ୩ ନଂ ଜୋନ ର ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା , ଅତିରିକ୍ତ ବିଡିଓ ସତ୍ୟଜିତ ସ୍ଵାଇଁ, ଯୁବନେତା ଇଞ୍ଜିନିୟର ସୁମିତ ଦାସ ଙ୍କ ସହିତ ଅ ଏଲ ଏମ ମୂଖ୍ୟ କଳ୍ପନା ଦଳାଇ, ପଞ୍ଚାୟତ ଅଫିସର ଗୌତମ କୁମାର ପରିଜା ପ୍ରମୁଖ ଯୋଗଦେଇ, ଆମ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯକ୍ରମ ର ଲକ୍ଷ , ଆଭିମୁଖ୍ୟ ସମ୍ପର୍କରେ ବହୁ ତଥ୍ୟ ଭିତ୍ତିକ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଶ୍ରୀଯୁକ୍ତ ଧିରେନ୍ କୁମାର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ ଅଜିତ କୁମାର ପାଳ ସ୍ବାଗତ ଭାଷଣ ଓ ପ୍ରୀତି ରଞ୍ଜନ ସ୍ବାଇଁ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିବିଶେଷ ମାନଙ୍କୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଶିଷ୍ଟ ସମାଜସେବୀ ବେଣୁଧର ବିଶ୍ୱାଳ, କାର୍ଯ୍ଯନିର୍ବାହୀ ଅଧିକାରୀ ଗୌତମ ଚରଣ ପରିଜା, ବି ଏମ୍ କେ, ସି ଆର ସି , ମିଶନଶକ୍ତି , ଆଶା କର୍ମୀ ମାନଙ୍କ ସମେତ ଅମୀୟ ରଞ୍ଜନ ବଳ , ନୃସିଂହ ଚରଣ ସାହୁ ଓ ସତ୍ୟ ନାରାୟଣ ନାୟକ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ! ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସବୁଠୁ ଆକର୍ଷଣୀୟ ଥିଲା ଚଇତାଳି ଘୋଡା ନାଚ ଏବଂ ସତ୍ୟ ଘଟଣା ଉପରେ ପରୀ ଚରିତ୍ରର ନୃତ୍ୟାଭିନୟ !ସଙ୍ଗୀତନିର୍ଦ୍ଦେଶକ ମହେଶ ନାୟକ ଙ୍କ ପରିଚାଳନାରେ ଅପରାହ୍ନ ପର୍ଯ୍ୟନ୍ତ ଅତି ଆକର୍ଷଣୀୟ ନୃତ୍ୟ ସଙ୍ଗୀତ ଆଦି ପରିବେଷଣ କରାଯାଇଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button