Entertainment

ରାଜନଗର ବ୍ଲକରେ ଶିକ୍ଷା ବିଭାଗ ତରଫରୁ ବିଶ୍ୱ ଭାଷା ସମ୍ମିଳନୀ ଅନୁଷ୍ଠିତ

ଆଙ୍କର :- ପ୍ରଥମ ବିଶ୍ୱ ଭାଷା ସମ୍ମିଳନୀ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ବିଭିନ୍ନ ପଂଚାୟତରେ ବିବିଧ କାର୍ଯ୍ୟକ୍ରମକୁ ନେଇ ଭାଷା ଦିବସ ଅନୁଷ୍ଠିତ ହୋଇ ଯାଇଛି l ପୂର୍ବାହ୍ନ ପ୍ରାୟ ୧୧ଘଣ୍ଟା ସମୟରେ ବ୍ଲକ ସହିତ ବିଭିନ୍ନ ପଂଚାୟତ, ବିଦ୍ୟାଳୟ, ମହାବିଦ୍ୟାଳୟରେ ସାମୁହିକଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହ ଭୁବନେଶ୍ୱରର ଲାଇଭ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା l ବିଦ୍ୟାଳୟ ଗୁଡିକରେ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ମଧ୍ୟ୍ୟ ପାଳନ ହୋଇଥିଲା l ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ହୋଇଥିଲା l ଓଡିଶା ସରକାରଙ୍କ ଏହା ଏକ ସମ୍ବେଦନଶୀଳ କାର୍ଯ୍ୟକ୍ରମ ହୋଇ ଥିଲେ ହେଁ ଖୋଦ ରାଜନଗର ରେ ଆୟୋଜିତ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଧର୍ମକୁ ଆଖି ଠାର ନ୍ୟାୟରେ ହୋଇ ଥିବା ଦେଖିବାକୁ ମିଳିଥିଲା l ନା ନିମନ୍ତ୍ରଣ କରିଛନ୍ତି ଭାଷାବିତମାନଙ୍କୁ ନା ନିମନ୍ତ୍ରଣ ହୋଇଛି ଅନ୍ୟ ଅତିଥିଙ୍କୁ, କାର୍ଯ୍ୟକ୍ରମରେ କୌଣସି ଅଧିକାରୀ କି ବ୍ଲକ ଅଧ୍ୟକ୍ଷl, ବିଡ଼ିଓଙ୍କ ଉପସ୍ଥାନ ନଥିବା ବେଳେ ସାମାଜିକ ସୁରକ୍ଷା ଅଧିକାରୀ ଓ କଲ୍ୟାଣ ଅଧିକାରୀ ନଥିବା ବେଳେ ମୋଟ 18ଟି କ୍ଲଷ୍ଟର ବରିଷ୍ଠ ଓ କନିଷ୍ଠ ବିଭାଗ ମଧ୍ୟ ରୁ 6ଜଣ ଲେଖାଏଁ ମୋଟ 12ଜଣମଣ୍ଡଳ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନ ଶୀଳତା ଉତ୍ସବ ରେ ସର୍ବ ମୋଟ 216ଜଣ ଛାତ୍ର ଓ ଛାତ୍ରୀ ମାନ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ,! ଉକ୍ତ କାର୍ଯ୍ୟକ୍ରମ ରେ ରାଜନଗର ବ୍ଲକ ର ସମସ୍ତ ସି ଆର ସି ସି ଓ ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ର ସମସ୍ତ କାର୍ଯ୍ୟକର୍ତ୍ତା ଓ ପରିଚାଳନା କରି ଥିଲେ, ସେମାନେ ହେଲେ ଶିବ ପ୍ରସାଦ ବେହେରା, ଆବାହକ ଭକ୍ତିଲତା ବାରିକ,ମଧୁସୂଦନ ସାହୁ, ପ୍ରଶାନ୍ତ କୁମାର ଜେନା, ବୈଲୋଚନ ଦାସ, ସୁଶାନ୍ତ କୁମାର ସେଠୀ, ଚନ୍ଦ୍ର କାନ୍ତ ରାଉତ,ଲଷ୍ମୀକାନ୍ତ ପ୍ରିୟଦର୍ଶନ ସେଠୀ, ଦ୍ରୌପଦୀ ସେଠୀ ପ୍ରମୁଖ ଉପସ୍ଥିତ ସହଯୋଗ କରିଥିଲେ,ରାଜ୍ୟ ସରକାର ବ୍ଲକ ପିଛା ୫୦ ହଜାର ଟଙ୍କା ର ସହାୟତା ଯୋଗାଇ ଦେଇଥିଲେ,! ସେହିପରି ପ୍ରତି ପଞ୍ଚାୟତକୁ ୧୦ ହଜାର ଏବଂ ପ୍ରତି ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧ହଜାରର ରୁ ୩ ହଜାର ଟଙ୍କାର ସହାୟତା ଯୋଗାଇ ଦେଇଥିଲେ,! ତେବେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯକାରୀ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ସୁଜନାତ୍ମକ, ସାହିତ୍ୟ ବିତର୍କ, ଚିତ୍ରାଙ୍କନ ଓ କୁଇଜି ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା,ସେପଟେ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଭଳି କାର୍ଯ୍ୟକ୍ରମ ଗୁଡିକରେ ପରିଚାଳନଗତ ତ୍ରୁଟି ଯୋଗୁଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ପାରି ନଥିବା ଜଣା ଯାଇଛି ,ଯାହାକି ପାରିବାପଣିଆ ଜଣାପଡୁଛି। ବଳକା ଟଙ୍କା ସରକାରଙ୍କୁ ଫେରାଇ ଦିଆଯିବ ବୋଲି କୁହାଯାଇଛି । ଜିଲ୍ଲା ପ୍ରଶାସନ, ୫-ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଏବଂ ଓଡ଼ିଶା ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ବୃଦ୍ଧିଜୀବି ମହଲରେ ଦାବି ହେଉଛି।

*କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ)*

Related Articles

Back to top button