Entertainment

ନୃତ୍ୟ ସଂଗୀତରୁ ଆରମ୍ଭ ହେଉଛି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ 

କୁଜଙ୍ଗ –: ଶତାଧିକ ଲୋକଙ୍କ ଉପସ୍ଥିତି ରେ ଜମିଗଲା ଆମ ଓଡିଶା ନବୀନ ଓଡିଶା ନୃତ୍ୟସଂଗୀତ ର ଆସର !ଗ୍ରାମାଞ୍ଚଳର କଳା ସଂସ୍କୃତିକୁ ନେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କର ହୃଦୟସ୍ପର୍ଶୀ ନୃତ୍ୟ ସମସ୍ତଙ୍କୁ ବିମୋହିତ କରୁଥିଲା !ପାଲା, ସଂକୀର୍ତ୍ତନ ସାଙ୍ଗକୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଷ୍ଟଲ କାର୍ଯ୍ୟକ୍ରମ ସ୍ଥଳର ମାହୋଲ କୁ ଅତି ଆକର୍ଷଣୀୟ ଲାଗୁଥିଲା ! ଘଟଣାକ୍ରମରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତର ସରପଞ୍ଚ ସିଦ୍ଧାନ୍ତ ମହାନ୍ତି ଙ୍କ ତତ୍ୱାବଧାନରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା ଆଞ୍ଚଳିକ ବିକାଶ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ କୁଜଙ୍ଗ ବ୍ଲକ ୨ ନଂ ଜୋନ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ରବି ନାରାୟଣ ସାହୁ ! ସମ୍ମାନିତ ଅତିଥି ଥିଲେ,ପବିତ୍ର କୁମାର ମନ୍ତ୍ରୀ, ଆଶାଲତା ଦାସ, ପଞ୍ଚାୟତର ବରିଷ୍ଠ ନାଗରିକ ନିରଞ୍ଜନ ବରାଳ, ହେମନ୍ତ କୁମାର ମହାନ୍ତି,!ଉକ୍ତ ସଭାରେ ଆମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କଲାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା !ସରକାରୀ ବିଭାଗରୁ ସ୍ୱାସ୍ଥ୍ୟ ଅଧିକାରୀ,କୃଷିଅଧିକାରୀ,

ମିଶନଶକ୍ତି ଅଧିକାରୀ, ସି. ଆର.ପି., ଏମ ବି କେ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଉପସ୍ଥିତ ରହି ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା କୁ ଉପସ୍ଥାପନ କରିଥିଲେ ! ଏହି ସମସ୍ତ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ ୱାର୍ଡ ସଭ୍ୟ ଶରତ କୁମାର ମହାନ୍ତି, ବିଜୟ କୁମାର ସାହୁ, ଆଲୋକ କୁମାର ନାୟକ,

ଚିତ୍ତରଞ୍ଜନ ଦାସ ପ୍ରମୁଖ ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟସଭ୍ୟା ମାନେ !ଉକ୍ତ ସଭାକୁ ପ୍ରଶାନ୍ତ କୁମାର ନାୟକ ଏବଂ ଶ୍ୱେତ ରଞ୍ଜନ ମହାପାତ୍ର ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଶାନ୍ତ କୁମାର ନାୟକ !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button