ଶାରଳା ପବ୍ଲିକ ସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବ


ତିର୍ତ୍ତୋଲ (ବାଣୀ କ୍ଷେତ୍ର )–:ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ନାମାନୁସାରେ କନକପୁର ବାସନ୍ତବଗିଚା ପରିସରରେ ସ୍ଥାପିତ ଶାରଳା ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ କାନକପୂର୍ ପଞ୍ଚାୟତ ର ସରପଞ୍ଚ ରେବତୀ ମହାନ୍ତି ମୂଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ, ଉଦଯାପନୀ ଉତ୍ସବରେ ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ, ବିଭିନ୍ନ ପ୍ରକାରର ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ କପ୍ ଓ ପ୍ରମାଣ ପତ୍ର ପ୍ରଦାନ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ। ବିବିଧ କ୍ରୀଡା ତଥା ମ୍ୟୁଜିକ ଚେୟାର , ଦୌଡ ପ୍ରତିଯୋଗୀତା, ଏକକ ଅଭିନୟ ଓ ନୃତ୍ୟ ସଙ୍ଗୀତ ଚିତ୍ରକଳା ଆଦି ପ୍ରତିଯୋଗିତା ରେ ଶ୍ରେଷ୍ଠ ଛାତ୍ର ଛାତ୍ରୀ , ଆୟେସା ସିଦ୍ଧିକ , ଅବତାବ ହୁସେନ , ଜନ୍ମେଞ୍ଜୟ ରାଉଳ, ସିଦ୍ଧି ସତ୍ୟଜିତ ଜେନା , ଅମ୍ରିତା ମଲ୍ଲ , ତେଜସ୍ଵୀନୀ ରାଉଳ ଓ ସାଇ ସାର୍ଥକ ସ୍ୱାଇଁ ପ୍ରମୁଖ ଙ୍କୁ ନିମନ୍ତ୍ରିତ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ପବ୍ଲିକ ସ୍କୁଲ ର ପ୍ରଧାନଶିକ୍ଷକ ବରଦା ପ୍ରସାଦ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ, ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ସାହୁ , କଳ୍ପନା ରାଣୀ ଜେନା, ପ୍ରଣୀତା ମାହାନ୍ତି , ସସ୍ମିତା ସାହୁ, ମନ୍ଦାକିନୀ ସିଂହ , ଦିପ୍ତିମୟୀ ଭୋଇ , ମୋନାଲିସା ରଣା ଙ୍କ ସମେତ କର୍ମଚାରୀ ଲକ୍ଷ୍ମୀପ୍ରିୟା କୁଅଁର ଓ ରଞ୍ଜିତା ଦାସ ଙ୍କ ସହିତ ସମସ୍ତ ଅବିଭାବକ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




