Entertainment

ଅଷ୍ଟମ ରାଜ୍ୟ ସ୍ତରୀୟ କଣ୍ଟାମାଳ ଲୋକ ମହୋତ୍ସବ ଉଦଯାପିତ,,

କଣ୍ଟାମାଳ,୪।୨: (ପ୍ରଭାତ କୁମାର ସାହୁ)ଐତିହ୍ୟ ପରମ୍ପରା, ଲୋକ ନୃତ୍ୟ, ସଂସ୍କୃତି ଓ ଲୋକ କଳାକୁ ଉତ୍ସାହିତ କରେ ସାଂସ୍କୃତିକ ମଞ୍ଚ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଲୋକକଳା ମଣ୍ଡପରେ ଅନୁଷ୍ଠିତ ଅଷ୍ଟମ ରାଜ୍ୟ ସ୍ତରୀୟ କଣ୍ଟାମାଳ ଲୋକ ମହୋତ୍ସବର ଉଦଯାପନୀ ମଞ୍ଚରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହିଧର ରଣା ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। କମିଟି ସଭାପତି ତଥା କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟଅତିଥି ଭାବେ ଯୋଗଦେଇ କଳା ସଂସ୍କୃତି ବିଷୟରେ କହିବା ସହିତ ଖୁବଶୀଘ୍ର ନିଜ ନିର୍ବାଚନମଣ୍ଡଳୀର କଣ୍ଟାମାଳ ଏବଂ ମନମୁଣ୍ଡାକୁ ଏନଏସି ଘୋଷଣା ହେବାକୁ ଯାଉଛି ବୋଲି କହିଥିଲେ l ସେହିପରି ବିଶ୍ଵବାଣୀର ସଂପାଦକ ଅର୍ଜୁନ ମୁଦୁଲି ମୁଖ୍ୟବକ୍ତା, ବୌଦ୍ଧ ଜିଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଜିଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ ସୁଧିର ମହାକୁଡ଼, ବ୍ଳକ ସରପଞ୍ଚ ସଙ୍ଘ ସଭାପତି ସାର୍ଦୁଲ ନାଗ, ସମାଜସେବୀ ତଥା ଉଦ୍ୟୋଗପତି ଆଶିଷ ସାହୁ, ସଂଜେତ ହୋତା, ସାଇ ମହାନନ୍ଦ, କୋଷାଧ୍ୟକ୍ଷ ସରୋଜ ସାହୁ, ଶିକ୍ଷାବିତ ନୀଳାଞ୍ଚଳ ଭୋଇ, ଶିଶିର ଖଟୁଆ, ସନ୍ତୋଷ ଦନ୍ତା, ଓକିଲ ରାଧାବଲ୍ଲଭ ପ୍ରଧାନ, ବିଜେଡି ଜିଲ୍ଲା ସଂଗଠନ ସଂଯୋଜକ ପ୍ରଶାନ୍ତ ରଣା, ବିଜେଡି ବ୍ଲକ ସଭାପତି ପ୍ରେମରାଜ ରଣା, କନ୍ଧମାଳ ସାଂସଦ ପ୍ରତିନିଧି ଶମ୍ଭୁପ୍ରସାଦ ସାହୁ, କଣ୍ଟାମାଳବଣିକ ସଂଘ ସଭାପତି ବଜରଙ୍ଗ ଅଗ୍ରୱାଲ, ସମାଜସେବୀ ଜାନି ସେନାପତି, ମନମୁଣ୍ଡା ଥାନାଧିକାରୀ ଭବାନନ୍ଦ ପ୍ରଧାନ, କଣ୍ଟାମାଳ ଥାନାଧିକାରୀ ଗୋପୀନାଥ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହୋତ୍ସବ ଅଞ୍ଚଳର କଳା, ସଂସ୍କୃତି ସହିତ ସାମୁହିକ ଉନ୍ନତିରେ ସହାୟକ ହୋଇଥାଏ ବୋଲି ମତ ଦେଇଥିଲେ l ଏହି ଅବସରରେ ସାମ୍ବାଦିକ, ସମାଜସେବୀ, କଳାକାର, ଚିତ୍ରଶିଳ୍ପୀ ଆଦିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ସଭା ପ୍ରାରମ୍ଭରେ ଚଳଚ୍ଚିତ୍ର ଅଭିନେତା ସ୍ବର୍ଗତ ସାଧୁ ମେହେର ଓ ମହୋତ୍ସବ କମିଟି ପୂର୍ବ ସମ୍ପାଦକ ସ୍ବର୍ଗତ ଅବଧୂତ ସାହୁଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ସଦସ୍ୟ ପୁରନ୍ଦର ଠେଲା ମଞ୍ଚ ପରିଚାଳନା କରିଥିଲେ l ଆବାହକ ମହେନ୍ଦ୍ର ଦାଶ ଧନ୍ୟବାଦ ଦେଇଥିଲେ l ସଭାପରେ ଉଦଘୋଷିକା ତନୀଷ ଅଗ୍ରୱାଲଙ୍କ ପରିଚାଳନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର କଳାକାରଙ୍କ ସମ୍ବଲପୁରୀ ନୃତ୍ୟ ଗୀତ ଏବଂ ସମ୍ବଲପୁରୀ ସଂଗୀତ ଜଗତର କିଙ୍ଗ ଉମାକାନ୍ତ ବାରିକ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ମେଲୋଡି ଦର୍ଶକଙ୍କୁ ବିମୁଗ୍ଧ କରିଥିଲା l ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଦର୍ଶକ ମନଭରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ l ମହୋତ୍ସବ ପଡିଆରେ ଲାଗିଥିବା ମୀନାବଜାର, ପଲ୍ଲୀଶ୍ରୀ ମେଳାର ଷ୍ଟଲ ସାଙ୍ଗକୁ ଚୁଟକୁଲା ଖାଦ୍ୟର ଭରପୁର ମଜା ଉଠାଇଥିଲେ ଦର୍ଶକ l ଉକ୍ତ ମହୋତ୍ସବରେ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button