ବିଜୁ ଜନତା ଦଳ ର ବନ୍ଧୁ ମିଳନରେ ଦେଖିବାକୁ ମିଳିଛି ଜନ ସମୁଦ୍ରର ଭିଡ଼


ରିପୋର୍ଟ -ଦୀପ ନାରାୟଣ ଷଡ଼ଙ୍ଗୀ ସମର୍ଥ ନ୍ୟୁଜ ଢେଙ୍କାନାଳ
Place -ଢେଙ୍କାନାଳ
Date -05,02,24
-ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ରେ ଆଜି କଙ୍କଡାହାଡ଼ ଗ୍ରାମ ଯାତ୍ରା ପଡିଆ ଠାରେ ପୁର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁଙ୍କ ନେତୃତ୍ୱରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।ନିର୍ବାଚନ ମଣ୍ଡଳୀର ୫୬ ଟି ପଂଚାୟତ ର ବିଜୁ ଜନତା ଦଳର 8ହଜାର ରୁ 10 ହଜାର ସକ୍ରିୟ କର୍ମକତା କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।ଉପସ୍ଥିତ କର୍ମକର୍ତ୍ତା ମାନେ ଭାବର ଆଦାନ ପ୍ରଦାନ କରିବା ସହ ବିଜୁ ଜନତା ଦଳର ସଂଗଠନ ମଜଭୁତ କରିବା ପାଇଁ ସଂକଳ୍ପ ନେଇଥିଲେ।ଏହି କାର୍ଯ୍ୟକ୍ରମରେ ଦଳୀୟ ସଂଗଠନ ଉପରେ ଆଲୋଚନା ହେଇଥିଲା ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ପ୍ରିୟ ଯୋଜନା ଉପରେ ଲୋକମାନଙ୍କୁ ଉପସ୍ଥିତ ଅତିଥିମାନେ କହିଥିଲେ।ଆଜିର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ରାଜେଶ କୁମାର ଦେହୁରୀଙ୍କ ଅଧ୍ୟକ୍ଷତା କରିଥିଲେ ।ସାଧାରଣ ନିର୍ବାଚନ ଆଉ କିଛି ଦିନ ଥିଲାବେଳେ କଙ୍କଡାହାଡ଼ ଯାତ୍ରା ପଡିଆ ଠାରେ ଐତିହାସିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରାଜନୈତିକ ଉଷ୍ମତା ବଢ଼ାଇ ଦେଇଅଛି ।ଆଗାମୀ ସାଧାରଣ ନିର୍ବାଚନରେ ଯୁବ ନେତୃତ୍ୱ ଭାବେ ସମସ୍ତ କାର୍ଯ୍ୟକ୍ରମରେ କାର୍ତିକ ସାହୁ ନଜରକୁ ଆସୁଛନ୍ତି ।ଶ୍ରୀ ସାହୁଙ୍କ ଧର୍ମପତ୍ନୀ ଦୀପା ସାହୁ କଙ୍କଡାହାଡ଼ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦାଇତ୍ୱରେ ଥିଲା ବେଳେ କାର୍ତିକ ସାହୁ ବର୍ତ୍ତମାନ କାନ୍ତୁଲ ସମିତି ସଦସ୍ୟ ଭାବେ ନିର୍ବାଚିତ ହେଇଛନ୍ତି ।ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଦୀପା ସାହୁ ସମେତ ଅନେକ ଅତିଥି ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ ଲ




