Entertainment

ଦ୍ବିତୀୟ କାମାକ୍ଷାନଗର ମହୋତ୍ସବ ଉଦ୍‌ଯାପିତ

ଇଣ୍ଡିଆନ୍ ଆଇଡ଼ର ସୁପର କଳାକାର ସେନଜ୍ୟୋତି ଦାସ, ଓ ପପୁ ପମ୍ ପମ୍ ଙ୍କ ନୃତ୍ୟୁ ଗୀତ ରେ ଝୁମିଲେ ଦର୍ଶକ, ମୁଖ୍ୟ ଅତିଥି ଭାବର ଯୋଗଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା l ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ୍ ପରିସରରେ ପାଞ୍ଚଦିନ ଧରି ଚାଲିଥିବା ଦ୍ବିତୀୟ କାମାକ୍ଷାନଗର ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଶେଷଦିନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଅନ୍ତର୍ଜାତୀୟ ସ୍ତରୀୟ କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲାପାଳ ମନୋରଞ୍ଜଳ ମଲ୍ଲିକ ଯୋଗଦେଇ ଉତ୍ସବର କଳେବର ବୃଦ୍ଧି ପାଇଥିବାର ଆୟୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ। ଶେଷରେ ବିଡିଓ ଅବିନାଶ ପାଣ୍ଡିଆ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ନୃତ୍ୟ ନାଟିକା ‘ସମର ତରଙ୍ଗ ଜରିଆରେ କଳାକାରମାନେ ଢେଙ୍କାନାଳ ମାଟିର ଗୌରବ ପ୍ରଦର୍ଶନ କରିଥିଲେ | ପପୁ ପମ୍ ପମ୍‌ଙ୍କ କମେଡିରେ ଦର୍ଶକ ବହୁତ ହସି ଉଠିଥିଲେ । ସେହିପରି ସ୍ଥାନୀୟ କଳାକାରଙ୍କ ନୃତ୍ୟରେ ମଞ୍ଚ ଦୁଲୁକିଥିଲା। କାମାକ୍ଷାନଗର ଏସ୍‌ଡିପିଓ ପ୍ରଭାତ କୁମାର ତ୍ରିପାଠୀ, ଡେପୁଟି କଲେକ୍ତର ତୃପ୍ତାମୟୀ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ମଦନ ମୋହନ ଜେନା, ଦୀପକ ମିଶ୍ର, ଅର୍ଚ୍ଚନା ଗୌଡ଼ ପ୍ରମୁଖ ଉପସ୍ଥିତଥିଲେ ।

Related Articles

Back to top button