Entertainment

ବରଗାଁ, ନାରାୟଣପ୍ରସାଦ ଓ ଘଣ୍ଟାପଡ଼ା ପଞ୍ଚାୟତରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ।

 

 କଣ୍ଟାମାଳ, ତା ୩/୨/୨୪ (ପ୍ରଭାତ କୁମାର ସାହୁ)ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ବରଗାଁ, ନାରାୟଣପ୍ରସାଦ ଓ ଘଣ୍ଟାପଡ଼ା ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ବରଗାଁ ପଞ୍ଚାୟତରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୂଲେଶ୍ୱର୍ ନାଗଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ରଶ୍ମିତାର ରଣାଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବକୃତା , ରଚନା, ଚିତ୍ରାଙ୍କନ ପ୍ରତିଯୋଗୀତାରେ ଭାଗ ନେଇଥିଲେ ଏବଂ ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ ପ୍ରତିଯୋଗିତାରେ ବିଚାରକ ଭାବରେ ସତ୍ୟନାରାୟଣ ବାଘ,ପ୍ରଶାନ୍ତ ବେହେରା, ଶିକ୍ଷକ ଏବଂ ପ୍ରେମାନନ୍ଦ ସାହୁ ଗ୍ରାମ ରୋଜଗାର ସେବକ ଯୋଗଦେଇଥିଲେ। ସେହିପରି ନାରାୟଣପ୍ରସାଦ ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭୁଲେଶ୍ଵର ନାଗଙ୍କ ନିର୍ଦ୍ଦେଶକ୍ରମେ ଯୋଗାଣ ସହାୟକ ଜ୍ଞାନରଞ୍ଜନ ସ୍ଵାଇଁଙ୍କ ପରିଚାଳନାରେ ସରପଞ୍ଚ ତାରାକାନ୍ତୀ ମାଝୀ, ସମିତି ସଭ୍ୟା ଜନକ ବାଘ, ଶିକ୍ଷାବିତ,ଏମବିକେଙ୍କ ଉପସ୍ଥିତିରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏଥିରେ ମଧ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଧ୍ୟ ପ୍ରଥମ ୩ ଜଣ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁରୂପ ପରି ଘଣ୍ଟାପଡ଼ା ପଞ୍ଚାୟତରେ ମଧ୍ୟ ବିଶ୍ଵ ଓଡ଼ିଆ ସମ୍ମିଳନୀରେ ସ୍ଥାନୀୟ ସରପଞ୍ଚ ରୀତା କହଁର ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କ ପୁରସ୍କୃତ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button