Entertainment

ପ୍ରଥମ ସେବା ମହୋତ୍ସବ ପାଇଁ ସେବା ରଥ ଶୁଭାରମ୍ଭ

 

ହରଭଙ୍ଗା (ଚିତ୍ତରଞ୍ଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ପ୍ରଥମ ସେବା ମହୋତ୍ସବ ପାଇଁ ସେବା ରଥ ର ଶୁଭାରମ୍ଭ ଗତକାଲି ହୋଇଯାଇଛି। ସୂଚନା ମତେ ଚଳିତ ଫେବୃୟାରୀ ମାସ 6 ଓ 7 ତାରିଖ ରେ ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଜଗନ୍ନାଥ ପଡ଼ିଆ ଠାରେ ହରଭଙ୍ଗା ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ “ସେବା ମହୋତ୍ସବ “ଅନୁଷ୍ଠିତ ହେବାକୁ ଯାଉଛି। ଅଞ୍ଚଳ ର ଗରିବ ଦୁଖୀ ଲୋକମାନଙ୍କୁ ଚି଼ହ୍ନଟ କରି ସେବା ଯୋଗେଇଦେବା ଯଥା ଶାଢ଼ୀବଣ୍ଟନ, କମ୍ବଳବଣ୍ଟନ,ଗୋ ସେବା, ସାଧୂସନ୍ଥ ସେବା, ମାଗଣା ସ୍ୱାସ୍ଥ୍ୟ ସେବା, ଅର୍ଣ୍ଣଦାନ ଆଦି ମହୋତ୍ସବ ର ମୁଖ୍ୟ ଲକ୍ଷ୍ୟ। ଉକ୍ତ ପ୍ରଚାରପ୍ରସାର ରଥ ଟି ପ୍ରଥମେ ପୁରୁଣାକଟକ ର ଇଷ୍ଟ ଦେବି ମା ଭୈରବୀ ଙ୍କ ଠାରେ ପୂଜାର୍ଚ୍ଚନା ପରେ ସ୍ଥାନୀୟ ବିଶିଷ୍ଟ ଯୁବ ବ୍ୟବସାୟୀ ସଜନ ଅଗ୍ରୱାଲ, ପୂର୍ବତନ ଜିଲ୍ଲା ଉପାଧ୍ୟାକ୍ଷ ଅକ୍ରୁର ସେଠି, ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ର ସଭାପତି ବନମାଳୀ ପ୍ରଧାନ,ଉପସଭାପତି ଶାଶ୍ୱତ ଦାସ,ସମ୍ପାଦକ ଭାଗବତ ମେହେର, ଆବାହକ ବିଭୁଦତ୍ତ ବୋଷ, ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ,ଉପଦେଷ୍ଟା ସାମ୍ବାଦିକ ଚିତ୍ତରଞ୍ଜନ ସିଂ,ସଂଯୋଜକ ଧିରେନ ପ୍ରଧାନ, ସାମ୍ବାଦିକ କୁମୁଦ ସାହୁ, ସୁଶାନ୍ତ ବେହେରା, ସଦାନନ୍ଦ ନାୟକ,ପ୍ରମୁଖ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପ୍ରଚାର ରଥ ଆଜିଠାରୁ ପାଞ୍ଚ ଦିନ ବ୍ୟାପି ଅଂଚଳର ସମସ୍ତ ଗ୍ରାମ ପରିକ୍ରମା କରିବ। କିଭଳି ଅଞ୍ଚଳ ର ଅଧିକ ରୁ ଅଧିକ ଲୋକ ମେଗା ସ୍ୱାସ୍ଥ୍ୟ ଶିବିର ରେ ଯୋଗ ଦେଇ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସ୍ବେଛାସେବୀ ମାନେ ଆସି ରକ୍ତଦାନ ଶିବିର ରେ ରକ୍ତ ଦାନ କରିବେ ସେନେଇ ରଥ ସଚେତନତା କରିବ। ଇଛୁକ ପ୍ରାଥୀ ମାନେ ପରିକ୍ରମା ରଥ ରେ ଦିଆ ଯାଇଥିବା ନମ୍ବର ରେ ଯୋଗାଯୋଗ କରିବା ପାଇଁ ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଅନୁରୋଧ କରାଯାଇଛି। ଏଭଳି ଏକ ନିଆରା ମହୋତ୍ସବ ର ପ୍ରଚାର ପ୍ରସାର ଜାଣି ଅଞ୍ଚଳ ର ଲୋକ ମାନେ ଖୁସି ବ୍ୟକ୍ତ ଥିବା ଦେଖିବାକୁ ମିଳିଛି।

Related Articles

Back to top button