ବ୍ଲକ ଅଧ୍ୟକ୍ଷଙ୍କ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ


ତିର୍ତ୍ତୋଲ –:: ମଞ୍ଚ ଦୁଲୁକିଲା କାଠି ଲଉଡ଼ି ଆଉ ପାଲା ର ଝଙ୍କାର ରେ ! ଛୋଟ ବଡ କଳାକାରଙ୍କ ନୃତ୍ୟରେ ମାହୋଲ ଝାଲାମାଲା ହୋଇଗଲା ! ଭରପୁର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଆମ ଓଡିଶା ନବୀନ ଓଡିଶା ର ଆଞ୍ଚଳିକ ଭୂମିର ବିକାଶ ସଚେତନତା ବାର୍ତ୍ତା ଉଚ୍ଚ କୋଟିର ଲାଗୁଥିଲା ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତରେ ସରପଞ୍ଚ ମଧୁସ୍ମିତା ବେହେରାଙ୍କ ସଭାପତିତ୍ୱରେ ଏବଂ ସୂର୍ଯ୍ୟକାନ୍ତ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା ସଚେତନତା ଉତ୍ସବ ସହସ୍ରାଧିକ ଲୋକ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି !ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ତିର୍ତ୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାରବେହେରା !ବିଶେଷ ଅତିଥିଭାବେ ଥିଲେ ବ୍ଲକ ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲାପରିଷଦ ଉପାଧ୍ୟାକ୍ଷା ସୁଜାତା ମହାନ୍ତି, ୧ ନମ୍ବର ଜୋନ ର ଜିଲ୍ଲାପରିଷଦ ରଞ୍ଜିତା ସିଂହ,୪ନମ୍ବର ଜୋନ ର ଜିଲ୍ଲାପରିଷଦ ତଥା ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ତିର୍ତ୍ତୋଲ ମଣ୍ଡଳ ଉନ୍ନୟନ ଅଧିକାରୀ ତପନ କୁମାର ସେନାପତି, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସତ୍ୟଜିତ ସ୍ୱାଇଁ ! ଏତଦଭିନ୍ନ ଅଙ୍ଗନୱାଡି ସୁପରଭାଇଜର, ସ୍ୱାସ୍ଥ୍ୟ ଅଧିକାରୀ, ମିଶନଶକ୍ତି, ଏସ.ଏଚ.ଜି.ଗ୍ରୁପ, କୃଷି ଓ କୃଷକ,ବ୍ୟାଙ୍କ ଅଧିକାରୀ,ମସ୍ଚ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ନିଜନିଜର ମତ ରଖିଥିଲେ !ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସ୍ୱାଗତ ସଂଗୀତ ସହିତ ବେଦଧ୍ୱନିରେ ଆମନ୍ତ୍ରିତ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ କୁ ଉଦଘାଟନ କରିଥିବା ବେଳେ ପଞ୍ଚାୟତର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ବରିଷ୍ଠ ବ୍ୟାକ୍ତି ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ! ଶେଷରେ ସୂର୍ଯ୍ୟକାନ୍ତ ବେହେରା ଧନ୍ୟବାଦଅର୍ପଣ କରିଥିଲେ !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




