ପ୍ରତି ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ସଭା


ତିର୍ତ୍ତୋଲ —:ଗ୍ରାମାଞ୍ଚଳ ର ବିକାଶ ସରକାରଙ୍କ ପ୍ରୟାସ, କେତେ ବିକାଶ କେତେ ପ୍ରୟାସ ତାର ଖୋଲା ଆଲୋଚନା ପାଇଁ ପ୍ରତି ପଞ୍ଚାୟତ ମାନଙ୍କରେ ଆୟୋଜିତ ହେଉଛି ସଚେତନତା ସଭା ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ମୁଳିସିଂହ ଗ୍ରାମ ପଞ୍ଚାୟତର ସରକାରୀ ହାଇ ସ୍କୁଲ ଖେଳ ପଡିଆ ରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଆମ ଓଡିଶା ନବୀନ ଓଡିଶା ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ସଫୀ ଆଜାମ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଜିଲ୍ଲାପରିଷଦ ଉପାଧକ୍ଷା ସୁଜାତା ମହାନ୍ତି ମୂଖ୍ୟଅତିଥି ଭାବେ ଯୋଗଦେଇ ଦେଇଥିବା ବେଳେ ମୁଖ୍ୟବକ୍ତା ତିର୍ତ୍ତୋଲ ବ୍ଲକର ଅତିରିକ୍ତ ବିଡିଓ ସତ୍ୟଜିତ ସ୍ୱାଇଁ ଓ ସମ୍ମାନୀତ ଅତିଥି ଭାବେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା , ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା , ଜିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳ, ସମିତି ସଭ୍ୟ ରଂଜନ କୁମାର୍ ସାହୁ, ସ୍ମୃତିଶ୍ରୀ ବୈଜୟନ୍ତ ବାଲା , ଜି ପି ଓ ବିଶ୍ୱଜିତ ଦାସ, ଇଂ ବିଜୟ କେତନ ମହାନ୍ତି ଓ ସମନ୍ବିତ ସ୍ଵାସ୍ଥ୍ୟ ଅଧିକାରୀ ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ, ନିଜ ନିଜର ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟଭିତ୍ତିକ ବିବରଣୀ ଉପସ୍ଥାପନ କରିଥିଲେ । ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭୀମସେନ ମୁର୍ମୁ ଙ୍କ ସହିତ ଏମ ବି କେ , ସି ଆର ସି , ସ୍ୱୟଂ ସହାୟିକା , ଆଶା କର୍ମୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ କୁ ଅଧିକ ସରସ ସୁନ୍ଦର କରିବା ପାଇଁ ନୃତ୍ୟ ସଙ୍ଗୀତ, ପାଲା ଆଦି ଲୋକନୃତ୍ୟ , ଲୋକକଳା ଓ ଲୋକସଙ୍ଗୀତ ଆଦି ପରିବେଷଣ କରା ଯାଇଥିଲା !ଏହି ଅବସରରେ କେତେକ ବରିଷ୍ଠ ନାଗରିକ ମାନଙ୍କୁ ମଧ୍ୟ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।ଶିବିରର ବିଭିନ୍ନ ଷ୍ଟଲ୍ ରେ ଖାଦ୍ୟ ସୁରକ୍ଷା , ମତ୍ସ୍ୟ ସଂପ୍ରସାରଣ , କୃଷି କୃଷକ ବିକାଶ ଆଦିରେ ବହୁ ଜନଗହଳି ଦେଖିବାକ ମିଳିଥିଲା।ଠିକ ସେହିପରି ଅନୁରୂପ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ସଁଅରା ପଞ୍ଚାୟତ ପରିସରରେ ! ସ୍ଥାନୀୟ ସରପଞ୍ଚଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ବିଡ଼ିଓ ତପନ ସେନାପତି ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ !ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ନମୁନା ଏଲ ଇ ଡି ଡିସପ୍ଲେ ରେ ପ୍ରଦର୍ଶନ କରାଯାଇଥିଲା ! ସହସ୍ରାଧିକ ପୁରୁଷ ମହିଳା ଏକତ୍ରିତ ହୋଇଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




