Politics

ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

ତିର୍ତ୍ତୋଲ –:ରାଜ୍ୟ ସାରା ବିକାଶର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ,ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନୀମୂଳ ପଞ୍ଚାୟତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜନ କରିଛି ! ଏହି ଶିବିରରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ତିର୍ତ୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା ! ସମ୍ମାନିତ ଅତିଥି ଥିଲେ ସରକାରୀ ପ୍ରତିନିଧି କନିଷ୍ଠଯନ୍ତ୍ରୀ ମୋନାଲିସା ମଲ୍ଲିକ, ଜିଲ୍ଲାପରିଷଦ ରଞ୍ଜିତା ସିଂହ, ସମିତିସଭ୍ୟ ବସନ୍ତ କୁମାର ମହାପାତ୍ର, ମସ୍ଚ୍ୟ ବିଭାଗ ଅଧିକାରୀ ରାଜେଶ ସାହୁ, ପୂର୍ବତନ ଜିଲ୍ଲାପରିଷଦ ସନାତନ ଦଳାଇ, ପଞ୍ଚାୟତ ଅଫିସର ପ୍ରଦୀପ୍ତ କୁମାର ମଲ୍ଲିକ, ଶିକ୍ଷାବିଭାଗ ଅଧିକାରୀ ତାପସ କୁମାର ମହାନ୍ତି, ମହିଳା ଶସକ୍ତିକରଣ ଅଧିକାରୀ ବିନୋଦ କୁମାର ଭୂୟାଁ, ଅଙ୍ଗନବାଡି ସୁପରଭାଇଜର ପ୍ରେମଳତା ସେଠୀ,ବିଜେଡି ପଞ୍ଚାୟତ ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ ! ସରପଞ୍ଚ ଅନସୂୟା ମହାନ୍ତିଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରରେ ଆମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିବା ବେଳେ ପଣ୍ଡିତ ଅଭୟ କୁମାର ଦାଶ ବେଦଉଚ୍ଚାରଣ କରିଥିଲେ ! ମଞ୍ଚ ପରିଚାଳନା କରିଥିଲେ ସନାତନ ଦଳାଇ !ପ୍ରୀତିଲତା ମଲ୍ଲ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ୱାଗତ ସଂଗୀତ ଓ ନୃତ୍ୟ ଉପସ୍ଥିତ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା ! ଏହି ଉପଲକ୍ଷେ ବରିଷ୍ଠ ନାଗରିକ ସମ୍ମାନ, ଏବଂ ବିଭିନ୍ନ ବିଭାଗରେ ନିରବଛିନ୍ନ ସାଧନା ପାଇଁ “କନୀମୂଳ ଗୌରବ”ସମ୍ମାନ ପ୍ରଦାନ କରାଯାଇଥିଲା ! ପଞ୍ଚାୟତ ସ୍ତରୀୟ ସରକାରୀ କାର୍ଯ୍ୟର ନମୁନା ପ୍ରଦର୍ଶନ କରାଯାଇ ସଚେତନତା ର ବାର୍ତ୍ତା ଦର୍ଶାଯାଇଥିଲା !ସନାତନ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ, ଓ ଅବଶେଷରେ ପାଲା ପରିବେଷଣ କରାଯାଇଥିଲା !ଏହି ସମସ୍ତ କାର୍ଯ୍ୟରେ ପ୍ରଦୀପ୍ତ କୁମାର ରାଉତ, ନିପ୍ରଭ କୁମାର ବେହେରା, ତାପସ ରାଉତ, ବିକାଶ ପଣ୍ଡା, ଆଶିଷ ମହାପାତ୍ର, ସୁଶାନ୍ତ ରାଉତ, ପ୍ରଶାନ୍ତ ରାଉତ, ସନ୍ତୋଷ ମଲ୍ଲିକ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button