ଆଜିଠାରୁ ଢେଙ୍କାନାଳରେ ଗଡ଼ିଲା ଲକ୍ଷ୍ମୀବସ ।

– ଆଜି ଢେଙ୍କାନାଳ ଜିଲ୍ଲାରେ ଲଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏଥିପାଇଁ ଜିଲ୍ଲା ବାସୀ ଖୁସି
ପ୍ରକାଶ କରିଛନ୍ତି । ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଗଡିଛି ଲଷ୍ମୀ ବସ ଏଥିପାଇଁ ଢେଙ୍କାନାଳ ମିନିଷ୍ଟାଡିୟମରେ ବ୍ୟାପକ ଆୟୋଜନ କରାଯାଇଥିଲା।ମୁଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଢେଙ୍କାନାଳ ମିନି ଷ୍ଟାତୀୟମ ଠାରେ ଉଦଘାଟନୀ ଉତ୍ସବରେ ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ପରଜଙ୍ଗ ବିଧାୟକ ଡ଼. ନୃସିହ ଚରଣ ସାହୁ ହିନ୍ଦୋଳ ବିଧାୟିକା ସିମାରାଣୀ ନାୟକ, ଜିଲ୍ଲା ପରିଷଦ ଅଧକ୍ଷା ଅର୍ଚ୍ଚନା ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଲକ୍ଷ୍ମୀ ବସ ଯୋଜନାରେ ଢେଙ୍କାନାଳ ଜିଲ୍ଲାରେ ୫୩ଟି ଲଷ୍ମୀ ବସ ବ୍ୟବସ୍ଥା କରାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ଆଜି ଠାରୁ ୧୭ଟି ବସ ଗଡ଼ିଛି । ଜିଲ୍ଲାର ବ୍ଲକ ମହକୁମାରୁ ଜିଲ୍ଲା ସଦର ମହକୁମାକୁ ଯାତାୟାତ ପାଇଁ ଏହି ଲଷ୍ମୀ ବସ ସେବା କାର୍ଯ୍ୟ କରିବ । ତେବେ ମହିଳାଙ୍କୁ ଗୁରୁତ୍ୱ ଦେବାକୁ ଯାଇ ସ୍ୱତନ୍ତ୍ର ବସ ଫି ୫ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଲଷ୍ମୀ ବସରେ ମାତ୍ର ୫ଟଙ୍କାରେ ମହିଳା ମାନେ ବ୍ଲକ ମହକୁମାରୁ ଜିଲ୍ଲା ସଦର ମହକୁମାକୁ ଯିବା ଆସିବା ପାଇଁ ଧାର୍ଯ୍ୟ କରାଯାଇଛି ।





