ଦ୍ୱିତୀୟ ହରଭଙ୍ଗା ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା… …. ସମ୍ବଲପୁରୀ ନୃତ୍ୟ ଗୀତରେ ମହୋତ୍ସବ ଉଦଯାପିତ…


ହରଭଙ୍ଗା 27/01 ( ଚିତ୍ତରଞ୍ଜନ ସିଂ ) କଳା, ସଂସ୍କୃତି, ପରମ୍ପରା, ଭକ୍ତି ଓ ଆଧ୍ୟାତ୍ମିକ ଭାବନାର ମହାମିଳନ ବୌଦ୍ଧ ଜିଲ୍ଲା ହରଭଙ୍ଗା ର ଦ୍ୱିତୀୟ ହରଭଙ୍ଗା ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ବୁଧବାର ଦିନ ଉଦଯାପିତ ହୋଇଯାଇଛି l ଏହି ଦ୍ୱିତୀୟ ଲୋକ ମହୋତ୍ସବ ଅଞ୍ଚଳର ଲୁକାୟିତ ପାରମ୍ପରିକ ନୃତ୍ୟ ଗୀତ ଉଦ୍ଜୀବିତ ହେବା ସହିତ ଲୁକାୟିତ ପ୍ରତିଭାର ବିକାଶ ଅଂଚଳର ସଂସ୍କୃତି, ପରମ୍ପରା ଲୋକ ଲୋଚନକୁ ଆଣିବା ମୁଖ୍ୟ ଲକ୍ଷ୍ୟ l ଆଜି ଉଦଯାପନୀ ସନ୍ଧ୍ୟା ରେ ମୁଖ୍ୟ ଅତିଥିଭାବେ କଣ୍ଟlମାଳ ବିଧାୟକ ମହୀଧର ରଣା , ସମ୍ମାନିତ ଅତିଥିଭାବେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ହରଭଙ୍ଗା ଥାନା ଅଧିକାରୀ ନଳିନୀ କାନ୍ତ ଦାସ, ହରଭଙ୍ଗା ପଞ୍ଚାୟତ ମହାବିଦ୍ୟାଳୟ ଅବସର ପ୍ରାପ୍ତ ଅଧକ୍ଷ ପ୍ରିୟନାଥ ଶର୍ମା,ସଂକୁଲୋଇ ସରପଞ୍ଚ ରଶ୍ମିତା ଚାଉଳିଆ, ହରଭଙ୍ଗା ସରପଞ୍ଚ ଶକୁନ୍ତଳା ବେହେରା , ସଂକୁଲୋଇ ପଞ୍ଚାୟତ ସମିତି ସଭ୍ୟା ରଂଜିତା ମହାକୁଡ଼ ଉପଦେଷ୍ଟା ପ୍ରଦୀପ ସାହୁ, ସଭାପତି ସୁବୋଧ ପ୍ରଧାନ ଓ ସମ୍ପାଦକ ସରୋଜ ଭୋକ୍ତା ମଞ୍ଚ ରେ ମଞ୍ଚାସିନ ରହିଥିଲେ l ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ସନ୍ଦ୍ୟା ଆଳତି ପରେ ପରେ ପରେ ଅତିଥି ଗଣଙ୍କୁ ବ୍ୟାଚ, ପୁଷ୍ପ ଗୁଚ୍ଛ ଓ ଉପ ଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଆଞ୍ଚଳିକ ପଚାୟତ ମହାବିଦ୍ୟାଳୟ ର ଛାତ୍ରୀ ମlନେ ସ୍ୱାଗତ ସଂଗୀତ ଗାନ ପରେ ମଞ୍ଚାସିନ ଅତିଥି ଙ୍କ ଦ୍ୱାରା ହରଭଙ୍ଗା ଦ୍ୱିତୀୟ ମହୋତ୍ସବ କୁ ଉଦଯାପିତ କରାଯାଇ ମଞ୍ଚ କାର୍ଯ୍ୟ ସମାପନ କରାଯାଇଥିଲା l ମଞ୍ଚ କାର୍ଯ୍ୟ ପରେ ବିଭିନ୍ନ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ,ଆଞ୍ଚଳିକ ଲୋକ ଗୀତ ସହିତ ମା ମେଲୋଡି ର ସମ୍ବଲପୁରୀ ନୃତ୍ୟ ଓ ଗୀତର ତାଳେ ତାଳେ ମଞ୍ଚ ଦୁଲୁକିବା ସହିତ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା l ଆଜି ଉଦଯାପନୀ ଦିବସରେ ସିନେ ନିର୍ଦେଶକ ବନମାଳୀ ରଣା (ବନୁ ଭାଇ )ମଞ୍ଚ ଓ ସଂlସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋଷାଧକ୍ଷ ସଂଜୀବ କୁମାର ସାହୁ, କାର୍ଯ୍ୟକାରିଣୀ ସଭାପତି ତଥା ହରଭଙ୍ଗା ସରପଞ୍ଚ ଶକୁନ୍ତଳା ବେହେରା, ସଦସ୍ୟ ପ୍ରଦୀପ ନାଏକ, ନରୋତ୍ତମ ପ୍ରଧାନ, ଶ୍ରୀକାନ୍ତ ସେଠି, ମାନ ଭଂଜନ ନାଏକ, ନଟବର ପ୍ରଧାନ, ଲିଙ୍କନ ପଳିଆ, ବବଲୁ ଖଡ଼ିରତ୍ନ, ବିକାଶ ବେହେରା, ସୁଧୀର ଦୀପ, ଶୁଭ ଶଙ୍କର ପ୍ରଧାନ,ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂ, ସଂଗ୍ରାମ ବେହେରା, ପ୍ରମୋଦ ପ୍ରଧାନ, ପ୍ରମୋଦ ଖମାରି, ସୁରେଶ ନାଏକ, ପ୍ରଫୁଲ୍ଲ ସାହୁ ଙ୍କ ସମେତ, ହରଭଙ୍ଗା ପୋଲିସ ପ୍ରଶାସନ, ଡ୍ରାଇଭର ମହାସଂଘ ଅଂଚଳର 6ଖଣ୍ଡ ପଞ୍ଚାୟତ ର ବୁଦ୍ଧିଜିବି ସମାଜ 5ଦିନ ଧରୀ ଚାଲିଥିବା ଦ୍ୱିତୀୟ ହରଭଙ୍ଗା ମହୋତ୍ସବ ରେ ହାତ ବଢାଇବା ସହିତ ସଂପୂର୍ଣ୍ଣ ମାତ୍ରାରେ ସାହାଯ୍ୟ ସହଯୋଗ କରିଥିଲେ l




