Politics

୧୬ ନମ୍ୱର୍ ରାଜ ପଥ ଠାରୁ ସପନ ପୁର ରାସ୍ତାର ସଫେଇ ନାଲ ଉପରେ ୩ କୋଟି ବ୍ୟୟରେ ବିଜୁସେତୁ ନିର୍ମାଣ ର ଶିଳାନ୍ୟାସ।

ବଡ଼ଚଣା,୩୦।୧.(ନି: ପ୍ର) ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚମ୍ପାପୁର ପଞ୍ଚାୟତ ଅନ୍ତର୍ଗତ ସପନ ପୁର ଏକ ଡ଼ାଳିଆ ଗ୍ରାମ ଠାରେ ୩ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ବିଜୁ ସେତୁ ନିର୍ମାଣ ଲାଗି ଶିଳାନ୍ୟାସ କରିଥିଲେ । ଏହି ଶିଳାନ୍ୟାସ ଉତ୍ସବରେ ମାନ୍ୟବର ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଙ୍କ କରକମଳରେ ଅନୁଷ୍ଠିତ ହୋଇ ଥିବା ବେଳେ, ଟେଣ୍ଡର ମୂଲ୍ୟ ୨ କୋଟି ୮୧ ଲକ୍ଷ୍ୟ ବ୍ୟୟରେ ଏହି ବିଜୁ ସେତୁ ନିର୍ମାଣ କରାଯିବା କହିଥିଲେ ବିଧାୟକ। ତେବେ ଯଥା ଶୀଘ୍ର ଏ ହି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳ ର ବରିଷ୍ଠ ମୂରବୀ ମାଧବାନନ୍ଦ ମହାପାତ୍ର, ଜିଲ୍ଲାପରିଷଦ ଅରବିନ୍ଦ ସାମଲ, ୧୬ ନମ୍ୱର୍ ଜିଲ୍ଲା ପରିଷଦ ଯଚିନ୍ଦ୍ର ନାୟକ, ନିରଞ୍ଜନ ସେନାପତି, ପୂର୍ବତନ ଚମ୍ପା ପୁର ସରପଞ୍ଚ ବାସୁଦେବ ସ୍ୱାଇଁ, କୈଳାସ ଚନ୍ଦ୍ର ରାଉତ, ଛତିଆ ସମିତି ସଭ୍ୟ ଦୀପକ ସାହୁ, ସୋଲର ସରପଞ୍ଚ ବିଜୟ ସ୍ୱାଇଁ, ସମିତି ସଭ୍ୟ ସଞ୍ଜୟ ବେହେରା , ପ୍ରଦୋଷ ନାଥ,ସର୍ବେଶ୍ଵର ରାଉଳ, ଶରତ ପାଣିଗ୍ରାହୀ, ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ, ନାଏବ ସରପଞ୍ଚ ଶ୍ରୀକାନ୍ତ ପାଲ, ଧୀରେନ୍ଦ୍ର ନାଥ, କପିଳ ରାଉତ , ମନୋଜ ସାମଲ, ମହିଳା ସ୍ଵୟଂ ସହାୟିକା ଗୋଷ୍ଟି ରକ୍ରିଷ୍ଣା ସରଞ୍ଜିକା ନନ୍ଦ ଙ୍କ ସମେତ ବହୁ ମହିଳା , ବିପିନ ବିଶ୍ଵାଳ, ଅମରେଶ ନନ୍ଦ, କମଳାକାନ୍ତ ସ୍ୱାଇଁ ପ୍ରମୁଖ ବହୁ କର୍ମୀ ଉପସ୍ଥିତ ଥିଲେ।

Related Articles

Back to top button