Politics

ନେତା ଓ କର୍ମୀଙ୍କ ମନରେ ଆଶା ଭରିଲା ଓଡିଶା ବଞ୍ଚାଓ ସମାବେଶ.

ଭୁବନେଶ୍ୱର, ରାଜ୍ୟ କଂଗ୍ରେସ ତରଫରୁ ଆୟୋଜିତ ହୋଇଥିବା ଓଡିଶା ବଞ୍ଚାଓ ସମାବେଶ ଅତି ସଫଳତାର ସହିତ ସମ୍ପାଦନ ହୋଇଛି ଓ ସାରା ରାଜ୍ୟରେ କଂଗ୍ରେସ କର୍ମୀ ଓ ନେତା ମାନଙ୍କ ମଧ୍ୟରେ ନୂଆ ଆଶା ଭରିଦେଇଛି. ପିସିସିର ଏକ ବଡ ସମାବେଶକୁ ଓଡ଼ିଶାର ପ୍ରତି ବ୍ଲକ, ପଂଚାୟତ, ଓ ପୌରାଞ୍ଚଳରୁ କଂଗ୍ରେସ ନେତା ଓ କର୍ମୀ ମାନେ ବଡ ଉତ୍ସାହର ସହ ଯୋଗଦାନ କରିଥିଲେ. ରାଜ୍ୟରେ ଚାଲିଥିବା ବିଜେଡି ସରକାର ବିରୋଧରେ ଥିବା ପୁଞ୍ଜିଭୂତ ଆସନ୍ତୋଷ ଓ କେନ୍ଦ୍ରରେ ଥିବା ବିଜେପି ସରକାରକୁ ଆଗାମୀ ନିର୍ବାଚନରେ ଉପଯୁକ୍ତ ଜବାବ ଦେବା ପାଇଁ କଂଗ୍ରେସର କାର୍ଯ୍ୟକମ ଭିତରେ ଏହି ସମାବେଶ କରାଯାଇ ଅଲ ଇଣ୍ଡିଆ କଂଗ୍ରେସ ସଭାପତି ମାଲିକର୍ଜୁନ ଖଡ଼ଗେଙ୍କୁ ଉଦବୋଧନ ଦେବାପାଇଁ ନିମନ୍ତ୍ରଣ କରାଯାଇଥିଲା. ଏହି ସମାବେଶରେ ସମସ୍ତ କଂଗ୍ରେସ ବିଧାୟକ, ସାଂସଦ, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ପିସିସି ସଭାପତି ମାନେ ଯୋଗଦେଇ ରାଜ୍ୟରେ ଚାଲିଥିବା ଏକ ଜନବିରୋଧୀ ଅପାରଗ, ଅଯୋଗ୍ୟ, ଦୁର୍ନୀତି ଭ୍ରଷ୍ଟାଚାର ଓ ଠକ ସରକାର ବିରୋଧରେ ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ଓ ଆଗାମୀ ନିର୍ବାଚନରେ କଂଗ୍ରେସକୁ ସେବା କରିବାପାଇଁ ସୁଯୋଗ ଦେବାକୁ ଆହ୍ୱାନ ଦେଇଥିଲେ. ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଏଆଇସିସି ସଭାପତି ନିଜ ବକ୍ତବ୍ୟରେ ବିଜୁ ପଟ୍ଟନାୟକ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କ ସହିତ ମିଶି ରାଜ୍ୟ ତଥା ଦେଶର ଉନ୍ନତି ପାଇଁ

ଅହରହ କାମ କରିଥିଲେ ହେଲେ ଏବେର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଆଇଡ଼ିଓଲୋଜିରେ ଚାଳୁଛନ୍ତି. ବିଜେପି ବିଜେଡି ମିଶି ଓଡିଶାକୁ ବର୍ବାଦ କରିଦେଇଛନ୍ତି ଓ ନିଜର ସୁରକ୍ଷା ପାଇଁ ଏ ଦୁହେଁ ଲଭ ମ୍ୟାରେଜ କରିଛନ୍ତି ବୋଲି କହି ଓଡିଶା ବାସୀଙ୍କୁ ସତର୍କ ରହିବାକୁ କହିଛନ୍ତି. ରାଜ୍ୟ କଂଗ୍ରେସ ପ୍ରଭାରୀ ଶ୍ରୀ ଅଜୟ କୁମାର ଇଡି ଓ ସିବିଆଇକୁ ପଇସା ଦେଇ ନବୀନବାବୁ ନିଜର ସୁରକ୍ଷା ପାଇଁ ବ୍ୟାଙ୍କ ଖୋଲିଦେଇଛନ୍ତି, ରାଜ୍ୟରେ ନବୀନ ଓ ପାଣ୍ଡିଆନ ଶାସନକୁ ହଟାଇ ଓଡିଶାକୁ ରକ୍ଷା କରିବାକୁ କଠିନ ପରିଶ୍ରମ କରିବାକୁ କଂଗ୍ରେସ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ. ସେ କହିଥିଲେ ଯେ ପୂର୍ତ୍ତ ବିଭାଗରେ ଗତ ବର୍ଷ 24 ହଜାର କୋଟି ଟଙ୍କାର ଟେଂଡର କାମ ତାମିଲ ଠିକାଦାର ନେଇଛନ୍ତି ହେଲେ ଓଡ଼ିଶାର ମା ମାନେ ଖାଇବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାରୁ ଓଡ଼ିଆ ମାନେ ନିଜର ସମ୍ମାନ ଓ ଓଡ଼ିଆ ଅସ୍ମିତା ସୁରକ୍ଷା ପାଇଁ ଲଢେଇ କରିବା ଆବଶ୍ୟକ. ପିସିସି ସଭାପତି ତାଙ୍କ ବକ୍ତବ୍ୟରେ ଓଡ଼ିଶାର ତାମିଲ ରାଜ ଚଳିବ ନାହିଁ କି ପାଣ୍ଡିଆନ ରାଜ ଚାଲିବ ନାହିଁ, ଓ ସମସ୍ତଙ୍କୁ ନବୀନ ହଟାଓ ଓଡିଶା ବଞ୍ଚାଓ ସ୍ଲୋଗାନ ଦେଇ ଓଡିଶାକୁ ବାହାର ଲୋକଙ୍କ କବଳରୁ ରକ୍ଷା କରିବା ପାଇଁ ଓଡ଼ିଶାରେ 2024ରେ କଂଗ୍ରେସ କ୍ଷମତାକୁ ଆସିବା ପାଇଁ କଠିନ ପରିଶ୍ରମ କରିବାକୁ ଆହ୍ୱାନ ଦେଇଥିଲେ.

ରିପୋର୍ଟ ଦେବ ପ୍ରସାଦ ମହାନ୍ତି.

Related Articles

Back to top button