Entertainment

ପ୍ରଥମ ସେବା ମହୋତ୍ସବ ର ଶୁଭଖୁଣ୍ଟି ଓ ଲୋଗ ଉନ୍ମୋଚନ ଫେବୃଆରୀ 6ରୁ ସେବା ମହୋତ୍ସବ ଆରମ୍ଭ

 

 

ହରଭଙ୍ଗା (ଚିତ୍ତରଞ୍ଜନସିଂ) ବୌଦ୍ଧ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଛି ଏକ ନିଆରା ମହୋତ୍ସବ । ନାଚ ଗୀତ ପଦର୍ଶନୀ ନୁହେଁ ଅସହାୟ ଲୋକଙ୍କୁ ସହାୟତା ଓ ଚିକିତ୍ସା ସେବା ଯୋଗାଇ ଦେବା ମହୋତ୍ସବ ର ହେବ ମୂଳ ଲକ୍ଷ୍ୟ । ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଳକ ପକ୍ଷରୁ ବୌଦ୍ଧ ଜିଲ୍ଲା ଚାରିଛକ ଠିଁଡ଼ିକା ଜୋର ଠାରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ସେବା ମହୋତ୍ସବ । ମହୋତ୍ସବ ଆସନ୍ତା ଫେବୃଆରୀ ମାସ ୬ ଓ ୭ ତାରିଖ ଦୁଇଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ସେବା ମହୋତ୍ସବ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କ ଦ୍ଵାରା ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଙ୍କ ସମେତ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ , ଜିଲ୍ଲା ପଶ୍ଚିମ ଓଡିଶା ବିକାଶ ପରିଷଦ ସଭାପତି ସୁବୋଧ ପ୍ରଧାନ ,ବାଣୀଭୁସଣପୁର ସରପଞ୍ଚ, ଚାରିଛକ ବଜାର କମିଟି ,ଗଣେଶ ପୂଜା କମିଟି ,ଜଗନ୍ନାଥ ମନ୍ଦିର କମିଟି, ଠିଡିକାଜୋର ଗ୍ରାମବାସୀ, ସ୍ଥାନୀୟ ବୁଦ୍ଧିଜୀବୀ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଅନ୍ୟପଟେ ସାମ୍ବାଦିକ ମାନଙ୍କ ଏଭଳି ନିଆରା ପ୍ରୟାସ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମନ୍ତ୍ରୀ କହିଛି । ପ୍ରତି ଜିଲ୍ଲାରେ ଏଭଳି ମହୋତ୍ସବ ହେବା ଉଚିତ । ଆଗାମୀ ଦିନରେ ବୌଦ୍ଧ ଜିଲ୍ଲା ଓ ରାଜ୍ୟସ୍ତରୀୟ ମହୋତ୍ସବ ପାଇଁ ସାମ୍ବାଦିକ ଭାଇ ମାନେ ଉଦ୍ୟମ କରିବା ପାଇଁ ମତ ରଖିଥିବା ବେଳେ ଯାହା ସମ୍ଭବ ଆମେ ସାହାଯ୍ୟ ସହଯୋଗ ପାଇଁ ପ୍ରତିସୁତି ଦେଇଛନ୍ତି । ଅନ୍ୟପଟେ ଏହି ମହୋତ୍ସବ ସବୁ ସମସ୍ତ ମହୋତ୍ସବ ଠାରୁ ନିଆରା ହୋଇଥିବା ବେଳେ ବେଳେ ସେବା ମହୋତ୍ସବ ରେ ଗୋ ସେବା ,ମାଗଣା ସ୍ୱାସ୍ଥ୍ୟ ଶିବିର ,ରକ୍ତ ଦାନ ଶିବିର ଅତି ଗରିବ ଅସହାୟ ଲୋକମାନଙ୍କୁ ଖାଦ୍ୟ ଓ ବସ୍ତ୍ର , ଦୁଇଦିନ ଧରି ଯୋଗାଇ ଦିଆଯିବ ପ୍ରତିବର୍ଷ ସେବା ମହୋତ୍ସବ ଜରିଆରେ ଦୁଃଖୀ ଅସହାୟ ଲୋକମାନଙ୍କୁ ସଂଘ ସହାୟତ ର ହାତ ବଢ଼ାଇବା ବୋଲି ସଂଘର ସଭାପତି ବନମାଳୀ ପ୍ରଧାନ ସୂଚନା ଦେଇଛନ୍ତି । ଏହି ସେବା ମହୋତ୍ସବ ର ଲୋଗ ଉନ୍ମୋଚନ କାର୍ଯ୍ୟକ୍ରମ ରେ ସମ୍ପାଦକ ଭାଗବତ ମେହେର, ଉପ ସଭାପତି ସ୍ଵଶତ ଦାସ, ସହ ସମ୍ପାଦକ ସିମୁନ ନାଏକ, ଉପଦେଷ୍ଟା ସାମ୍ବାଦିକ ଚିତ୍ତରଞ୍ଜନ ସିଂ, ସୁକାନ୍ତ ପଟ୍ଟ ନାୟକ,ନାରାୟଣ ଭୋକ୍ତା,ସୁଶାନ୍ତ ବେହେରା ,ସଦାନନ୍ଦ ନାୟକ,ଧୀରେନ୍ ପ୍ରଧାନ,ବାସୁଦେବ ସାହୁ,ବିଭୁଦତ୍ତ ବୋଷ,କୁମୁଦ ସାହୁ,ଅକ୍ଷୟ ସାହୁ ପ୍ରମୁଖ ଆସୋସିଏସନ ର ସମସ୍ତ ସଦସ୍ୟ ଓ ଅଞ୍ଚଳ ର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ l

Related Articles

Back to top button