ଉଦ୍ଦିପନାର ସହିତ ପାଳନ ହେଲା ଉଦୀୟମାନର ବନ୍ଧୁ ମିଳନ ପର୍ବ ।


ଜିଲ୍ଲାରେ ଅଗ୍ରଣୀ ଭୂମିକା ନିଭାଉଥିବା
ଉଦୀୟମାନ ସ୍ବେଚ୍ଛାସେବୀ ଅନୁଷ୍ଠାନର ବନ୍ଧୁ ମିଳନ ପର୍ବ ମହା ଆଡମ୍ବର ସହକାରେ ଛତିଆ ଐତିହାସିକ ଅମରାବତି ପୀଠରେ ପାଳିତ ହୋଇଯାଇଛି ।ଉକ୍ତ ମିଳନ ଉତ୍ସବରେ ସଭାପତି ଅବିନାଶ ଜେନା ସଭାପତିତ୍ବ କରିଥିଲା ବେଳେ ସଭାପରିଚାଳନା ଉପସଭାପତି ପ୍ରକାଶ କୁମାର ନାୟକ କରିଥିଲେ । ବିଭିନ୍ନ ଶାଖାର ବରିଷ୍ଠ , କନିଷ୍ଠ ସ୍ବେଚ୍ଛାସେବୀ ବନ୍ଧୁ ସହ ସ୍ଥାନୀୟ ନେତୃ ମଣ୍ଡଳୀ ଯୋଗ ଦେଇ ସ୍ବେଚ୍ଛାସେବୀ ବନାମ ସମାଜ ସେବା ଶିର୍ଷକ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ ।ବରିଷ୍ଠ ଉପଦେଷ୍ଟା ଡ଼ ସୁଧୀର ଚନ୍ଦ୍ର ସାମଲ ,ଗାନ୍ଧୀଆନ ରାମଚନ୍ଦ୍ର ଶୁକ୍ଳ ,ଅବସରପ୍ରାପ୍ତ ଅତିରିକ୍ତ ଶିକ୍ଷା ଅଧିକାରୀ ମମତା ଦାସ ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ମନୋରଞ୍ଜନ କର ,ପ୍ରଧାନ ଶିକ୍ଷକ ଶଙ୍କରଷଣ ପରିଡ଼ା, ବରିଷ୍ଠ ଆଇନଜୀବୀ ଉଦୟନାଥ ସାହୁ , ହେମନ୍ତ କୁମାର ମାହାଲା , ସାମ୍ବାଦିକ ଶିବରାମ ସାହୁ ,ଅଧ୍ୟାପକ ଅମ୍ବିକା ପ୍ରସାଦ ମିଶ୍ର , ସମାଜସେବୀ ଅକାଶ ଚନ୍ଦ୍ର ସାହୁ ,ଗିରିଶ ଚନ୍ଦ୍ର ପ୍ରତାପ ,ମନୋଜ କୁମାର ସାହୁ , ଅଭିରାମ ସ୍ବାଇଁ ସମାଜସେବୀକା ଚିନ୍ମୟୀ ଦାସ , କନକଲତା ବେହେରା ,ସରୋଜିନୀ ପଣ୍ଡା , ଶିକ୍ଷୟତ୍ରୀ କାଦମ୍ବିନୀ ମିଶ୍ର , ରଶ୍ମିତା ସେଠୀ ,ସଂନ୍ଧ୍ୟାରାଣୀ ବ୍ରହ୍ମ , ପ୍ରମୁଖ ସ୍ବେଚ୍ଛାସେବୀର ଗୁଣ ଓ ଗାରିମା ଉପରେ ଆଲୋଚନା ରଖି ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ ଛତିଆ ଶାଖା ସଭାପତି ବିପନ ବିଶ୍ବାଳ ,ସଂପାଦକ କମଳାକାନ୍ତ ସ୍ବାଇଁ , ଉପସଭାପତି ସନ୍ତୋଷ କୁମାର ସାହୁ ଏବଂ ସାମ୍ବାଦିକ ଉମାକାନ୍ତ ବେହେରା ପ୍ରମୁଖ ଶେଷରେ ଉଦୀୟମାନ ମହିଳା ସଂଗଠନର ସଂପାଦିକା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news




