Politics

ଯୁବଶକ୍ତି” ର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ଲୋକପ୍ରିୟ ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ନିକଟରେ ବାବୁଲି ପରିଡା ଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଅସହାୟ ପରିବାର କୁ ରାସନ ସାମଗ୍ରୀ ସହ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗର ହାତ ବଢ଼େଇଛନ୍ତି।,

ପରଜଙ୍ଗ: ୨୯-୦୧-୨୦୨୪ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରଜଙ୍ଗ ବ୍ଲକ, ବଡଝରା ଗ୍ରାମ ପଞ୍ଚାୟତର କୁଣ୍ଡତଇଳା ସାହିର ୰ବାବୁଲି ପରିଡା କିଛି ମାସ ତଳେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ ଘରେ ତାଙ୍କ ବିଧବା ମା ବଦନି ପରିଡା, ଏବଂ ବିଧବା ପତ୍ନୀ ପ୍ରମିଳା ପରିଡା, ପୁଅ ବାପୁନ ପରିଡା, ପ୍ରମୋଦ ପରିଡା, ଦୃଷ୍ଟିହୀନ ପୁଅ ଭୀଷ୍ମ ପରିଡା, ଝିଅ ସୁଭଦ୍ରା ପରିଡା ସପ୍ତମ ଶ୍ରେଣୀ ରେ ବହୁତ ଅଭାବ ଅନଟନ ରେ ପାଠ ପଢୁ ଅଛନ୍ତି ଏବଂ ଅସହାୟ ଭାବରେ ପରିବାର ଦିନେ ଖାଇଲେ ଦିନେ ଉପବାସ ରହୁ ଅଛନ୍ତି ଏହି ଖବର ଶୁଣି “ଯୁବଶକ୍ତି” ର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସୁଖ ଦୁଃଖର ସାଥି ଲୋକପ୍ରିୟ ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଁଚି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ବାବୁଲି ପରିଡା ଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଅସହାୟ ପରିବାର କୁ ରାସନ ସାମଗ୍ରୀ ସହ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗର ହାତ ବଢ଼େଇଥିଲେ, ଏବଂ ଆଗାମୀ ଦିନରେ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଆବଶ୍ୟକ ପଡ଼ିଲେ ସହଯୋଗ କରବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ଗଣମାଧ୍ୟମ ଜରିଆରେ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅସହାୟ ପରିବାର ନିମନ୍ତେ ଆବାସ ଯୋଜନାରେ ସାମିଲ କରି ଆବାସ ଘର, ପ୍ରମିଳା ପରିଡ଼ା ଙ୍କୁ ବିଧବା ଭତା, ଝିଅ ସୁଭଦ୍ରାର ସମସ୍ତ ପାଠ ପଢା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇଦେବା ପାଇଁ ନିବେଦନ କରିଥିଲେ

Related Articles

Back to top button