Entertainment

ଗୀତାଉପନିଷଦ ଆଲୋଚନା ଚକ୍ର।

ବଇରୀ ନିକଟସ୍ତ କୁଷପଦ ଗିତାଷ୍ରମ ରେ ଗୀତାଉପନିଷଦ ଆଲୋଚନା ଚକ୍ରର ପରିଚାଳନା କମିଟି ଶ୍ରୀ ପୁରୁଷୋତ୍ତମ ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଗୀତା ର ଅର୍ଜୁନ ବିସଦଯୋଗ ପରାୟଣ ଓ ଆଲେଚନା କରାଗଲା। ଆଗାମୀ ସ୍ଵର୍ଣ୍ଣ ଜୟନ୍ତୀ କୁ ସଫଳ କରିବାକୁ ତିନିଶହ ଗ୍ରାମରେ ଗୀତା ପଥଚକ୍ର ତିଆରି କରିବା ଓ ଆଗାମୀ ତିନି ବର୍ଷ ରେ ଏକଲକ୍ଷ ଗୀତା ପୁସ୍ତକ ବଣ୍ଟନ କରିବାକୁ ସ୍ଥିର ହେଲା। ଏହା ପରେ ପ୍ରସ୍ଥାନତ୍ରୟୀ ଗୀତା ଉପନିଷଦ ଓ ବ୍ରହ୍ମସୁତ୍ର ଓ ଯୋଗସସ୍ତ୍ର ରୂପେ ଗୀତା ର ମହତ୍ତ୍ଵ ବିଷୟରେ ସଭାପତି ଅଲେଖ କରିଥିଲେ। ଶ୍ରୀ ହୃଷୀକେଶ ସ୍ୱାଇଁ, ଶ୍ରୀକାନ୍ତ ଷଡ଼ଙ୍ଗୀ ଓ ଅନନ୍ତ ରାଉତରାୟ ଭଜନ ଗାନ କରିଥିଲେ। ଶ୍ରୀ ନିକୁଞ୍ଜ ସାହୁ ଆୟବ୍ୟୟର ହିସାବ ବୁଝାଇଥିଲେ। ପ୍ରତିମାସର ଶେଷ ରବିବାର ଦିନ ଗୀତାଶ୍ରମରେ ଗୀତା ଆଲୋଚନା ଜାରି ରହିବ। ସମ୍ପାଦକ ଶରତ ମହାନ୍ତି ଧନ୍ୟବାଦ ଦେଇଥିଲେ।

Related Articles

Back to top button