Entertainment

ବିଦ୍ୟାଧର ପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର 49ତମ ବାର୍ଷିକ ଉତ୍ସବ ଆଜି ମହା ସମାରୋହ ରେ ପାଳିତ

ବଡ଼ଚଣା ଶିକ୍ଷା ମଣ୍ଡଳ ନେଳିଆ ପଂଚାୟତ ଅଧୀନ ବିଦ୍ୟାଧର ପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର 49ତମ ବାର୍ଷିକ ଉତ୍ସବ ଆଜି ମହା ସମାରୋହ ରେ ପାଳିତ ହୋଇଯାଇଅଛି, ବ୍ଳକ ଶିକ୍ଷାଧିକାରିଣୀ ଶ୍ରୀମତୀ ସବିତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ତାଙ୍କ ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ଙ୍କ ଉଦ୍ଧେଶ୍ୱରେ କହିଥିଲେ, ଆଇ ଆମ ପାୱାର ଫୁଲ, ଆଇ କ୍ୟାନେ ଡୁ ଏଭିରି ଥିଙ୍ଗି, ପ୍ରତେକ ପିଲା ସକାଳୁ ଉଠି ବେଡ଼ ଉପରେ ଏହି କଥା ଶପଥ ପାଠ କର,ଶିକ୍ଷାବିତ ଅଶୋକ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ଉପରେ ଆଲୋଚନା ରଖିଥିଲେ, ଭାରୀଯାନ ପ୍ରଶିକ୍ଷଣ କେନ୍ଦ୍ର ଛତିଆ ବିଦ୍ୟାଧର ପୁର ର ପ୍ରିନ୍ସିପାଲ ସୟଦ ଅହମଦ ଭାଇସି ପ୍ରିନ୍ସିପାଲ ହରି କେ କେ ଇସ୍କନ ମନ୍ଦିର ପୁରୋଧା ସଚି ପ୍ରାଣ ଧନ ଦାଶ ଶିକ୍ଷାବିତ ବାମନ ଚରଣ ସାହୁ ଶିକ୍ଷକ ସଂଘ ସଭାପତି ସମର କେତନ ନାୟକ ସ୍ଥାନୀୟ ସି ଆର ସି ସି ରଶ୍ମିରଂଜନ ଷେଣ୍ଢଏସ ଏମ ସି ଚେୟାର ପର୍ସନ ଆକାଶ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ, ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀନି ପରିଡା ସଭାପତିତ୍ୱ କରିଥିବା ବେଳେ ବିଜୟିନୀ ନନ୍ଦ ମଞ୍ଚ ପରିଚାଳନା କରିଥିଲେ,2019/20NMMS ପରୀକ୍ଷା ରେ ବ୍ଳକରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଏହି ବିଦ୍ୟାଳୟ ର କୃତି ଛାତ୍ର ନାଥ ଗୁରୁଜୀ ପ୍ରସାଦ ଙ୍କୁ ବିଦ୍ୟାଳୟ ତରଫରୁ ମାନ ପତ୍ର ଉତ୍ତରୀୟ ଓ 1000ଟଙ୍କା ଅର୍ଥ ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା, ଦିପ୍ତୀରଂଜନ ନାଥ ଚିନ୍ମୟ ବେହେରା ଗୌରାଙ୍ଗ ପାତ୍ର ସାଗରୀକା ବେଜ ମଧୁସ୍ମିତା ସାହୁ ପୁରାତନ ଛାତ୍ର ବିଜେନ୍ଦ୍ର କୁମାର ନାୟକ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟି ସଭ୍ୟ ସଭ୍ୟା ଓ ଅଭିଭାବକ ଅଭିଭାବିକା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ, ମମତା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ, ନାଚ ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପିଲାମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା, କୃତି ଛାତ୍ର ଛାତ୍ରୀ ମାନଙ୍କୁ ମଂଚାସୀନ ଅତିଥି ମାନେ ମାନ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ, 

Related Articles

Back to top button