Entertainment

ହରଭଙ୍ଗା ଲୋକମହୋତ୍ସବର ତୃତୀୟ ସନ୍ଧ୍ୟା    ଆମ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରା ନିଆରା …

ହରଭଙ୍ଗା :୨୯/0୧()-ଅଞ୍ଚଳର ସଂସ୍କୃତି ଓ ପରମ୍ପରାର କୁ ନେଇ ଗତ ଶନିବାରୁ ଠାରୁ ଆରମ୍ଭ ହୋଇଥିବା ଦିତୀୟ ହରଭଙ୍ଗା ଲୋକ ମହୋତ୍ସବ , ପଲ୍ଳିଶ୍ରୀ ମେଳା ଓ ମିନାବଜାରର ସୋମବାର ଦିନ ଥିଲା ତୃତୀୟ ଦିବସ । ତୃତୀୟ ଦିନ ସନ୍ଧ୍ୟାରେ ମହୋତ୍ସବ ପଡିଆରେ ସନ୍ଧ୍ୟାରେ ଲୋକକଳା ଓ ସାଂସ୍କୃତିକ ପରିଷଦର ସଭାପତି ସୁବୋଧ କୁମାର ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତାନନ୍ଦ ସାମନ୍ତ, ସମ୍ମାନିତ ଅତିଥିଭାବେ ବୌଦ୍ଧ ଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ୍ୟ ମୃତ୍ୟୁଞୟ ମିଶ୍ର, ସ୍ୱେଛାସେବୀ ଜଳନ୍ଧର ବେହେରା, ହରଭଙ୍ଗା ବ୍ଳକ ଗୋଷ୍ଠି ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା ଓ ସାଂସ୍କୃତିକ ପରିଷଦର ସମ୍ପାଦକ ସରୋଜ କୁମାର ଭୋକ୍ତା ଓ ଉପଦେଷ୍ଟା ପ୍ରଦୀପ୍ତ କୁମାର ସାହୁ ମଞ୍ଚାସୀନ ଥିଲେ । ସମ୍ମାନୀତ ଅତିଥି ବୌଦ୍ଧ ଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ୍ୟ ଶ୍ରୀ ମିଶ୍ର ଆମ ଅଞ୍ଚଳର ଦଣ୍ଡନୃତ୍ୟ ପତରସଉରା, ଦାଣ୍ଡାଲି ଆଦି ଲୋକକଳା ପ୍ରସିଦ୍ଧ ଲାଭ କରିଥିବା ବେଳେ ରାଜ୍ୟସ୍ତରରେ ପ୍ରଶଂସିତ ହୋଇପାରିଛି ଓ ଆମ ଅଞ୍ଚଳର କଳା , ସଂସ୍କୃତି ଓ ପରମ୍ଫରା ଅତି ନିଆରା! ଏଭଳି ମହୋତ୍ସବ ଦ୍ୱାରା ହଜିଯାଉଥବା କଳାକୁ ଉଜ୍ଜିବିତ କରାଯାଇପରିବ ବୋଲି ମତବ୍ୟକ୍ତ କରିଥିଲେ । ମହୋତ୍ସବକୁ ବଞ୍ଚାଇ ରଖିବାକୁ ହେଲେ ସମସ୍ତଙ୍କ ସହଯୋଗ ଦରକାର ଓ ବୌଦ୍ଧ ଗଡଜାତର ମାଟିର ପ୍ରାଣକେନ୍ଦ୍ର ହେଉଛି ହରଭଙ୍ଗା ମାଟି ବୋଲି ମଧ୍ୟ ମତବ୍ୟକ୍ତ କରିଥିଲେ । ମହୋତ୍ସବର ତୃତୀୟ ଦିନରେ ସାଂସ୍କୃତିକ ସନ୍ଧ୍ୟାରେ କୁଇସଙ୍ଗିତ ଗାୟକ ଜଳନ୍ଧର ବେହେରା,ସମ୍ବଲପୁରୀ ଗୀତିକାର ପ୍ରକାଶ କୁମ୍ଭାର, ଶାନ୍ତାନୁ ସାହୁ ଓ ଶୀତଲ ସାହୁଙ୍କ ସମ୍ବଲପୁରୀ ଗୀତରେ ଶୀତୁଆ ରାତିରେ ଦର୍ଶକ ମନଭରି ଉପଭୋଗ କରିଥିଲେ । ଚଳିତ ବର୍ଷ ଲୋକମହୋତ୍ସବକୁ ସରସ ସୁନ୍ଦର ଆର୍କଷଣୀୟ କରିବାକୁ ମୀନାବଜାର ସାଙ୍ଗକୁ ସୁସାଦ୍ୟ ଖାଦ୍ୟ ଷ୍ଟଲର ପସରା ଖୋଲିଥିବା ବେଳେ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଜା ଉଠାଇଥିଲେ ।ମହୋତ୍ସବ ଦେଖିବା ପାଇଁ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା ।ସଂଜୀବ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଜିତେନ୍ଦ୍ର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ!ମହୋତ୍ସବ କମିଟିର ସଦସ୍ୟ ପ୍ରକାଶ ବେହେରା ପ୍ରଦୀପ କୁମାର ନାଏକ, ମାନଭଞ୍ଜନ ନାଏକ, ଶ୍ରୀକାନ୍ତ ସେଠି, ନଟବର ପ୍ରଧାନ, ନରୋତ୍ତମ ପ୍ରଧାନ, ବବଲୁ ଖଡ଼ିରତନ୍ନ, ବିକାଶ ବେହେରା, ଶୁଭଙ୍କର ପ୍ରଧାନ, ଲିଙ୍କନ ପଲିଆ, ପ୍ରଫୁଲ ସାହୁ, ଶ୍ରୀକାନ୍ତ ଦେହୁରୀ, ସୁରେଶ ନାଏକ ପ୍ରମୋଦ ଖମାରି, ରବିନ୍ଦ୍ର ଭୋକ୍ତା, ସଂଗ୍ରାମ ବେହେରା, ସୌମ୍ୟ ରଞ୍ଜନ ନାଏକ, ସମ୍ବାରୁ ନାଏକ ପ୍ରମୁଖ ସହଯୋଗ କରିଥିଲେ!

Related Articles

Back to top button