Entertainment

ମା’ ମାହେଶ୍ୱରୀ ମହୋତ୍ସବ ଅଷ୍ଟ ପ୍ରହର ନାମ ଯଜ୍ଞ ସହ ଉଦଯାପିତ 

 

କଣ୍ଟାମାଳ,୨୯।୧: (ପ୍ରଭାତ କୁମାର ସାହୁ)ଡୁମାଲ ସମାଜର ଯୁବକମାନଙ୍କୁ ଉଚ୍ଚଶିକ୍ଷିତ, ସୁସଙ୍ଗଠିତ , ସମାଜସେବାକୁ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ଡୁମାଲ ସମାଜ ମସିଣାଗୋରା କେନ୍ଦ୍ର ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧିନ ଖମନମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦିଗୁନମାଳ ଗ୍ରାମରେ ଆୟୋଜିତ ହୋଇଥିବା ନିଷ୍ଠା, କାଷ୍ଠା ଓ ସମର୍ପଣର ଉତ୍ସବ ମା’ ମାହେଶ୍ୱରୀ ମହୋତ୍ସବ ସୋମବାର ଅଷ୍ଟପ୍ରହର ନାମ ଯଜ୍ଞ ସହ ଉଦଯାପିତ ହୋଇଯାଇଛି l ପ୍ରଥମ ପର୍ଯ୍ୟାୟରେ ଦୁଇଦିନ ସାମାଜିକ ସଭା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ହୋଇଥିଲା l ପଣ୍ଡିତ ବଳରାମ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୂଜା କାର୍ଯ୍ୟରେ କମିଟି ସଭାପତି ଗୋବର୍ଦ୍ଧନ ପ୍ରଧାନ ଏବଂ ଅଳକା ପ୍ରଧାନ ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ଯଜ୍ଞର ଉଦଯାପନୀ ପରେ ସୁନାମଧନ୍ୟ ମୃଦଙ୍ଗ ବାଦକ ଓ ଗାୟକ ଟପର୍ଣ୍ଣାର ଦିବ୍ୟାଙ୍ଗ ଗୁରୁ ପ୍ରହଲ୍ଲାଦ ରଣାଙ୍କ ସଂକୀର୍ତ୍ତନ ଦଳ ଏବଂ ପିପିଲିପାଲିର ଗାୟିକା ଦୀପାଳି ସାହୁଙ୍କ ସଂକୀର୍ତ୍ତନ ଦଳ ମଧ୍ୟରେ ବୈଠକି ସଂକୀର୍ତ୍ତନ ଶତାଧିକ ଦର୍ଶକଙ୍କୁ ବେଶ କିଛି ଘଣ୍ଟା ବାନ୍ଧି ରଖିଥିଲା। ଅପରାହ୍ନରେ ଦଧିଭାଣ୍ଡ ଭାଙ୍ଗି ଶୋଭାଯାତ୍ରା ମାଧ୍ୟମରେ ସ୍ଥାନୀୟ ପୁଷ୍କରିଣୀରେ ବିସର୍ଜନ କରିବାପରେ ମହୋତ୍ସବ ଉଦଯାପନୀ ହୋଇଥିଲା l ଏହି ଅବସରରେ ସଭାପତି ଗୋବର୍ଦ୍ଧନ ପ୍ରଧାନ, ସମ୍ପାଦକ ଅନନ୍ତ ଚରଣ କ୍ଷେତୀ ଓ ଡୁମାଳ ସମାଜର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ମା’ ମାହେଶ୍ୱରୀ ସଙ୍ଗଠନ, ମାହେଶ୍ୱରୀ ସେନା ଏବଂ ଅଞ୍ଚଳବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

କଣ୍ଟମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button