Entertainment

ତୃତୀୟ ଗନ୍ଧରାଡ଼ି ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ

 

ବୌଦ୍ଧ (ଚିତ୍ତରଞ୍ଜନ ସିଂ)ବୌଦ୍ଧ ବ୍ଲକ ଅନ୍ତର୍ଗତ ଜଗତି ହାଇସ୍କୁଲ ପଡିଆରେ ରବିବାର ସନ୍ଧ୍ୟାରେ ତୃତୀୟ ଗନ୍ଧରାଡ଼ି ଲୋକ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ ହୋଇଯାଇଛି। ଏହି ତୃତୀୟ ଲୋକ ମହୋତ୍ସବ ଅବସରରେ ପ୍ରଥମେ ଅଞ୍ଚଳର ଐତିହାସିକ ଗନ୍ଧରାଡ଼ି ପୀଠ ହର, ହରି ଓ ପଶ୍ଚିମ ସୋମନାଥଙ୍କ ମନ୍ଦିରରୁ ପାରମ୍ପରିକ ରୀତି ନୀତିରେ ପୂଜାଅର୍ଚ୍ଚନା କରି ଠାକୁର ଙ୍କ ଦିବ୍ୟ ଜ୍ୟୋତି ମଶାଲ ଶୋଭାଯାତ୍ରା ଏକ ବିରାଟ ପଟୁଆରରେ ପାରମ୍ପରିକ ନାଚ ଗୀତ, ବାଦ୍ୟ ଶଙ୍ଖ, ଘଣ୍ଟ, ଢୋଲ, ନିଶାନ, ନାମ ସଂକୀର୍ତନ, ହରିବୋଲ ହୁଳହୁଳିରେ ମହୋତ୍ସବ ପଡିଆରେ ପହଞ୍ଚ୍ ମଞ୍ଚରେ ଠାକୁର ଙ୍କ ପ୍ରତିମାକୁ ପୂଜା ପାଠ କରି ଅବସ୍ଥାପିତ କରାଯାଇଥିଲା I ସନ୍ଧ୍ୟାରେ ସନ୍ଧ୍ୟା ଆଳତି ପରେ ମହୋତ୍ସବ ମଞ୍ଚରେ ମୁଖ୍ୟ ଅତିଥିଭାବେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ, ପାନୀୟ ଜଳ, ପଞ୍ଚାୟତ ରାଜ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ତୃତୀୟ ଗନ୍ଧରାଡ଼ି ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଲ।କୁ ଉଦଘାଟନ କରିଥିଲେ । ପରେ ମଞ୍ଚ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ସମ୍ମାନିତ ଅତିଥିଭାବେ ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ରାଜ୍ୟ ବୟନିକା ସଭାପତି ପ୍ରକାଶ ମେହେର,୬ ନଂ ଜିଲ୍ଲା ପରିଷଦ ସଭ୍ୟ। , ଲକ୍ଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ, ମୁଖ୍ୟ ବକ୍ତା ଭାବେ ଆଧ୍ୟାତ୍ମିକ ଗୁରୁ ଗଗନ ଗୁରୁଜୀ ମଞ୍ଚାସିନ ଥିଲୋ ତତ୍ ପରେ ଅତିଥ୍‌ ଗଣଙ୍କୁ ବ୍ୟାଚ, ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନେ ସ୍ଵାଗତ ସଂଗୀତ ଗାନ ପରେ ଉପ ସଭାପତି ମନୋରଂଜନ ପୁରୋହିତ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ପାଦକ ଶମ୍ଭୁ ଗିରି ମହୋତ୍ସବର ବିବରଣୀ ପଠନ କରି ମଞ୍ଚ କାର୍ଯ୍ୟ ସମାପନ କରିଥିଲେ । ସନ୍ତୋଷ କୁମାର କର୍ଣ୍ଣ ମଞ୍ଚ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ସ୍ଵାଧୀନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ଅତିଥି ଗଣ ମିନ।ବଜାର ଓ ପଲ୍ଲୀଶ୍ରୀ ମେଳା ର ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ | ମଞ୍ଚ କାର୍ଯ୍ୟ ପରେ ଜହ୍ନ। ପଙ୍କ, ଜଗତି, କମିରା, ମେଣ୍ଢିମାଲ ସ୍କୁଲ ଓ ଗନ୍ଧରାଡ଼ି କଲେଜର, ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କଳାକାର ମାନେ ତାଙ୍କର କଳା ପ୍ରଦର୍ଶନ କରିଥିଲେ। ବିଶ୍ୱଜିତ ସାହୁ ଓ ସୁଧୀର ଦୀପ ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ I

Related Articles

Back to top button