Entertainment

ଡୁମାଲ ସମାଜର ମା’ ମହେଶ୍ୱରୀ ମହୋତ୍ସବ ଉଦଘାଟିତ

କଣ୍ଟାମାଳ ,୨୭୧:(ପ୍ରଭାତ କୁମାର ସାହୁ ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧୀନ ଖମନମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦିଗୁନମାଳ ଠାରେ ଡୁମାଲ ସମାଜ ମସିଣାଗୋରା କେନ୍ଦ୍ର ପକ୍ଷରୁ ନିଷ୍ଠା, କାଷ୍ଠା ଓ ସମର୍ପଣର ଉତ୍ସବ ମା’ ମାହେଶ୍ୱରୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ସକାଳୁ ବିଭିନ୍ନ ଗ୍ରାମର ମାହେଶ୍ୱରୀ ପୀଠରୁ ମଶାଲ ଶୋଭାଯାତ୍ରା ସହିତ ପୁଷ୍କରିଣୀରୁ ପବିତ୍ର ଜଳ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା l ଅପରାହ୍ନରେ ଅନୁଷ୍ଠିତ ପ୍ରଥମ ଅଧିବେଶନ ସଭାରେ ଡୁମାଲ ସମାଜ ପୂର୍ବତନ ରାଜ୍ୟ ସମ୍ପାଦକ ଗୌତମ କ୍ଷେତୀ ମୁଖ୍ୟଅତିଥି, କେନ୍ଦ୍ର ସଭାପତି ଗୋବର୍ଦ୍ଧନ ପ୍ରଧାନ, ସମ୍ପାଦକ ଅନନ୍ତ ଚରଣ କ୍ଷେତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡୁମାଲ ସମାଜର ଅସ୍ମିତା, ନାରୀଶିକ୍ଷା, ଏକତା ଓ ସାମାଜର ସାମ୍ବିଧାନିକ ବିଧିବ୍ୟବସ୍ଥା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଅବସରପ୍ରାପ୍ତ ଶିକ୍ଷକ ପ୍ରକାଶଚନ୍ଦ୍ର ମେଣ୍ଡିଲି ସଭାପତିତ୍ୱ କରିଥିଲେ l ଭାଗିରଥି କର୍ମୀ ମଞ୍ଚ ପରିଚାଳନା କରିଥିଲେ l ଏହି ଅବସରରେ ନିଜ ଜାତିର କବି, ସାମ୍ବାଦିକ, ସମାଜସେବୀ, ନିର୍ଦ୍ଧେଶକ ଆଦି ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଭାର୍ଜନ କୁମାର ପ୍ରଧାନ, ସୀତାକାନ୍ତ ସିଂ, ରଞ୍ଜନ ପାତ୍ର, ଅଜିତ ବସ୍ତିଆ, ରଞ୍ଜୁ ଅମାତ ଓ ଶିବ କମ୍ପଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l ସନ୍ଧ୍ୟାରେ ଅନୁଷ୍ଠିତ ଦ୍ଵିତୀୟ ଅଧିବେଶନରେ ଅନନ୍ତ ଚରଣ କ୍ଷେତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅଧ୍ୟକ୍ଷ ମଣ୍ଟୁ ଖମାରୀ ମୁଖ୍ୟଅତିଥି, ସାମ୍ବାଦିକ ଦିବ୍ୟଶଙ୍କର ରାଉତ ମୁଖ୍ୟବକ୍ତା, ଜିଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ, ଖମନମୁଣ୍ଡା ସରପଞ୍ଚ ଅଳକା ପ୍ରଧାନ, ଲଣ୍ଡାପଥର ସରପଞ୍ଚ ଦେବନ୍ତୀ କ୍ଷେତୀ, ନାରାୟଣପ୍ରସାଦ ସରପଞ୍ଚ ପ୍ରତିନିଧି ସତ୍ୟନାରାୟଣ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ l ପରେ ସଂଗୀତ ନିର୍ଦ୍ଦେଶକ ଶାଶ୍ୱତ ତ୍ରିପାଠୀଙ୍କ ଜିଁ ଥିଲେ ଜୀବ୍‌କା ସମ୍ବଲପୁରୀ ମେଲୋଡି ଅନୁଷ୍ଠାନ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button