Entertainment

ଦୁଲୁକୁଛେ ସୁବର୍ଣ୍ଣମେରୁ ପଡିଆ। ମଶାଲ ଶୋଭାଯାତ୍ରାରେ ଜନ ସମୁଦ୍ର ହେଲା ମନମୁଣ୍ଡା।

ବୌଦ୍ଧ-୨୬/୦୧-ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମନମୁଣ୍ଡା ରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଅସୁର ଗଡ ଲୋକ ମହୋତ୍ସବ ମଶାଲ ଶୋଭାଯାତ୍ରା ରେ ମନମୁଣ୍ଡା ଜନସମୁଦ୍ର ହୋଇଥିବା ଦେଖିବାକୁ ମିଳିଥିଲା। କଙ୍କାଲି ମନ୍ଦିର ଦେଉଳି ଠାରୁ ମଶାଲ ଶୋଭାଯାତ୍ରା ବାହାରି ମନମୁଣ୍ଡା ସହର ଦେଇ ବାସୁଦେବ ପାଲି ପର୍ଯ୍ୟନ୍ତ ପହଞ୍ଚିବା ପରେ ସୁବର୍ଣ୍ଣ ମେରୁ ପଡ଼ିଆରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ କଣ୍ଟାମାଳ ବିଧାୟକ ମହିଧର ରଣା, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ,ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଙ୍କ ସହ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ମହୋତ୍ସବ ପ୍ରଥମ ଦିନ ସନ୍ଧ୍ୟାରେ ପଦ୍ମଶ୍ରୀ ହଳଧର ନାଗ,ଚଳଚ୍ଚିତ୍ର ଅଭିନେତା ମୋନୋଜ ମିଶ୍ର, ମହୋତ୍ସବ ସଭାପତି ଆଶିଷ ସାହୁ, ବିଜେଡି ଉପସଭାପତି ସୁଧୀର ମହାକୁଡ,ବ୍ଲକ ବିଜେଡି ସଭାପତି ପ୍ରେମରାଜ୍ ରଣା,ବିଶିଷ୍ଟ ଶିକ୍ଷାବିତ୍ ଜ୍ୟୋତି ରଞ୍ଜନ ବହିଦାର ଙ୍କ ସହ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ସନ୍ଧ୍ୟାରେ ପଦ୍ମଶ୍ରୀ ହଳଧର ନାଗଙ୍କ କୋଶଳୀ ଭାଷା ସହିତ ସମ୍ବଲପୁରୀ ଗୀତରେ ରାତି 11 ଘଣ୍ଟା ପର୍ଯ୍ୟନ୍ତ ଝୁମିଥିଲେ ଦର୍ଶକ।ଏହି ମହୋତ୍ସବ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ସଭାପତି ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button