Entertainment

ଜିଲ୍ଳା ସ୍ତରୀୟ ଢୁଲିଆ ମୂହୁରିଆ ସମ୍ମିଳନୀ

*ଜିଲ୍ଳା ସ୍ତରୀୟ ଢୁଲିଆ ମୂହୁରିଆ ସମ୍ମିଳନୀ*

ବୌଦ୍ଧ:୨୯.୦୧.୨୦୨୩

ଆଜି ବୌଦ୍ଧ ମାଟିର ଛୁଆ ଓ ବନ୍ଧାପଥର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ସ୍ଥାନୀୟ ସ୍କୁଲ ପଡିଆରେ ଜିଲ୍ଳା ସ୍ତରୀୟ ଢୁଲିଆ ମୂହୁରିଆ ସମ୍ମିଳନୀ ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ଯକ୍ରମ ରେ ମୁଖ୍ୟ ଅତିଥି ରୂପେ ଶ୍ରୀ ଗୌତମ ପ୍ରଧାନ ଯୋଗଦେଇ କଳାର ପ୍ରଚାର ପ୍ରସାର ବିଷୟରେ କହିଥିଲେ । ମୁଖ୍ୟ ବକ୍ତା ରୂପେ ଫୁଲବାଣୀ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ଶ୍ରୀ ଦିବ୍ୟରଞ୍ଜନ ତ୍ରିପାଠୀ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ପୁରାତନ ଦଣ୍ଡନୃତ୍ୟ ଓ ବିଭିନ୍ନ ପ୍ରକାର ବାଦ୍ୟ ଉପରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବରେ ଗ୍ରାମର ଗୌନ୍ତିଆ ଶ୍ରୀ ରମାକାନ୍ତ ପ୍ରଧାନ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ କଳାକାର ମାନେ କିପରି ଆଗକୁ ତାଙ୍କର କଳା ପାରିଦର୍ଶିତ କୁ ବଢ଼େଇ ଏହାର ନାମକୁ ଅନ୍ୟତ୍ର ଆଗରେ ପହଞ୍ଚେଇ ପାରିବେ ସେ ବିଷୟରେ ଆଲୋକପାତ କରିଥିଲେ । ବୌଦ୍ଧ ମାଟିର ଛୁଆର ସଂପାଦକ ଶ୍ରୀ ଦେବାର୍ଚ୍ଚନ ମେହେର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ

ବୌଦ୍ଧ ମାଟିର ଛୁଆର ସଭାପତି ଶ୍ରୀ ନରେଶ ବେହେରା ମଞ୍ଚ ପରିଚାଳନା କରିବା ସହ ମହାନ କଳାକାରଙ୍କ ଜୀବନର ଉଦାହରଣ ଦେଇ କଳାକାର ମାନଙ୍କୁ ବୁଝାଇ ଥିଲେ । ବୌଦ୍ଧ ମାଟିର ଛୁଆର ଅନ୍ୟ ସମସ୍ତ ସଦସ୍ୟ ଏହି କାର୍ଯ୍ୟରେ ସଂପୂର୍ଣ୍ଣ ସାହାର୍ଯ୍ୟ ସହଯୋଗ କରି ଏହାକୁ ସଫଳତାର ସହ ଶେଷ କରିଥଲେ ।

  • ଶେଷରେ ଅତିଥି ମାନଙ୍କ ଦ୍ବାରା ଅଂଶଗ୍ରହଣକାରୀଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା ଏବଂ ବୌଦ୍ଧ ମାଟିର ଛୁଆର ଉପ-ସଭାପତି ଶ୍ରୀ ଅମନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା କାର୍ଯ୍ୟ ଶେଷ କରିଥିଲେ ।
  • ବୌଦ୍ଧ ରୁ ସମର୍ଥ News ରିପୋର୍ଟ
  • ଆମ ସହ ଯୋଡ଼ି ହେବା ପାଇଁ ଲଗ୍ ଅନ୍ କରନ୍ତୁ www.samarthanews.com,www.youtube.com/samarthanews, Android app, samarthanewsodisha@gmail.com
  • WhatsApp 8117079020

Related Articles

Back to top button