Politics

କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଫାସେଡ଼ ଗ୍ରାମରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ, ଯୋଗ ଦେଲେ କଣ୍ଟାମାଳ ବିଧାୟକ,

କଣ୍ଟାମାଳ, ୨୫/୧/(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନମଣ୍ଡଳୀର କୁଲୁତାଯୋର ପଞ୍ଚାୟତର ଫାସେଡ଼ ଗ୍ରାମରେ ବିଜେଡି ତରଫରୁ ଘରେ ଘରେ ଶଙ୍ଖର କାର୍ଯ୍ୟକ୍ରମ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ କଣ୍ଟାମାଳ ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ମହିଧର ରଣା ଯୋଗ ଦେଇ ବିଜେଡି କର୍ମୀଙ୍କୁ ଉତ୍ସାହିତ କରିଥିଲେ ଏବଂ ତାଙ୍କ ପ୍ରତିକ୍ରିୟାରେ ବିଜେଡି ସରକାରଙ୍କ ୨୫ ବର୍ଷରେ ଗ୍ରାମାଞ୍ଚଳ ଠୁ ସହରାଞ୍ଚଳ ପର୍ଯ୍ୟନ୍ତ ଗମନାଗମନ, ଶିକ୍ଷା, ସ୍ଵଚ୍ଛଜଳ ଯୋଗଣ,ସ୍ୱାସ୍ଥ୍ୟ , କୃଷି କ୍ଷେତ୍ରରେ ଜଳ ସେଚନ ଯୋଗାଣ ଉପରେ ଆମ ସରକାର ଶୀର୍ଷ ସ୍ଥାନରେ ରହିଥିବା ନେଇ ମନ୍ତବ୍ୟ ରଖିଥିଲେ। ପ୍ରତ୍ୟେକ କର୍ମୀ ଘରକୁ ଘର ଯାଇ ବିଜେଡି ସରକାରଙ୍କ ଜନହିତକର ଯୋଜନାମାନ ବୁଲିବୁଲି ଭୋଟରଙ୍କୁ ବୁଝାଇଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button