ରୁମକୁ ଝୁମାନାର ବାର୍ଷିକ ଉତ୍ସବ, ଆମର୍ ସଂସ୍କୃତି ଆମର୍ ଟେକ୍ କାର୍ଯ୍ୟକ୍ରମ


ବିନିକା, ୨୪/୧ (ସମର୍ଥ ନ୍ୟୁଜ୍)
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସେଲେଡି ଗ୍ରାମର କଲ୍ୟାଣ ମଣ୍ଡପ ଠାରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ରୁମକୁ ଝୁମାନା ମିଳିତ ଉଦ୍ୟମରେ ଖ୍ୟାତନାମା କଣ୍ଠଶିଳ୍ପୀ ଶାଶ୍ଵତ କୁମାର ତ୍ରିପାଠୀଙ୍କ ସଭାପତିତ୍ଵରେ ମଙ୍ଗଳବାର ଦିନ ଆମର୍ ସଂସ୍କୃତି ଆମର୍ ଟେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଲେନ୍ଦୁ ରାୟ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସ୍ଵତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୀନାକ୍ଷି ପଣ୍ଡା, ଲମ୍ଵୋଦର ତ୍ରିପାଠୀ, ସତ୍ୟନାରାୟଣ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସେହିପରି ସାଂସ୍କୃତିକ ଗବେଷକ ଡା. ଅନିରୁଦ୍ଧ କୁରୁକୁରିଆ ମୂଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ସମାଜସେବୀ କ୍ଷୀରସାଗର ବିଭାର, କବି ଆରଣି ତ୍ରିପାଠୀ, ମୀରାବାଇ ପାଣିଗ୍ରାହୀ, ଅଖୋଜ ଷାଣ୍ଡ, ବଟକୃଷ୍ଣ ସାହୁ, ନରସିଂହ ମହାରଣା, ଦିଲ୍ଲୀପ ମିଶ୍ର, ଗଜୀନ୍ଦ୍ର ସେଠ୍, ମୀନାକ୍ଷି ପାଣିଗ୍ରାହୀ, ପ୍ରହଲ୍ଲାଦ ଦଣ୍ଡସେନା ସମେତ ଶତାଧିକ କବି କବୟିତ୍ରୀଙ୍କୁ ସମର୍ଦ୍ଧନା କରାଯାଇଥିଲା। ପାର୍ବତୀ ପାଣ୍ଡିଆ, ମାନଗୋବିନ୍ଦ ମେହେର, ଅନୀଲ ମିଶ୍ର, ବୈଜୟନ୍ତି ସାହୁ, ରୀନା ପଣ୍ଡା, ରଙ୍କମଣି ପଧାଧ, ସପ୍ନେଶ୍ଵର ମିଶ୍ର, ନିରୂପମା ଦେହୁରୀ, ଯଦୁମଣି କର୍ଣ୍ଣ, ଲବ ଦୀପ, କୁଷ ଦୀପ, ଉମାବଲ୍ଲଭ ଷଡ଼ଙ୍ଗୀ, ଯଶୋବନ୍ତ ନାଏକ, ମନୋଜ ବାଘ, ତାପସ ପାଇକ, କିଣୁ ଜଗଦଲା, ବିକ୍ରମ ସାହୁ, ସରୋଜ ସାହୁ କବିତା ପାଠ କରିଥିଲେ। ଲବ ଦୀପ୍, କୁଶ ଦୀପ୍, ପୂର୍ଣ୍ଣଚନ୍ଦ୍ର ଖେତି, ବେଦ ପାତ୍ର, ଭାଗିରଥି ମିଶ୍ର, ଗୌତମ ମିଶ୍ର, ଗଜାନନ ସାଥୁଆ ଓ ସୁବଲ ସାହୁ ସହଯୋଗ କରିଥିଲେ। ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ଏବଂ ଗୀତାଞ୍ଜଳି ମିଶ୍ର ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ। ଶେଷରେ କବି ରଞ୍ଜନ ସା ଧନ୍ୟବାଦ ଅର୍ପଣ କରିଥିଲେ।
ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ




