Politics

ବିଜେପି ବୌଦ୍ଧ ଜିଲ୍ଲା ତରଫରୁ   ଏକ ଉଚ୍ଚ ସ୍ତରୀୟ କମିଟି ମହାମହିମ ରାଜ୍ୟପାଳ ଓଡ଼ିଶା ଙ୍କ ସହିତ

ବୌଦ୍ଧ ଜିଲ୍ଲା ର ମୌଳିକ ଅସୁବିଧା ବିଷୟରେ ଆଲୋଚନା l ବୌଦ୍ଧ– ( ଚିତ୍ତରଞ୍ଜନ ସିଂହ ) ଆଜି ବୌଦ୍ଧ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ କମିଟି ମହା ମହିମ୍ ରାଜ୍ୟପାଳ ଶ୍ରୀ ଯୁକ୍ତ ରଘୁବୀର ଦାସ ଙ୍କ ସହିତ ଜିଲ୍ଲା ସର୍କିଟ ହାଉସ ଠାରେ ଜିଲ୍ଲା ର ବିଭିନ୍ନ ମୌଳିକ ଅସୁବିଧା ବିଷୟରେ ଆଲୋଚନା କରି ବା ସହିତ ଜିଲ୍ଲା ରେ ବିଭିନ୍ନ ଦୁର୍ନୀତି ଭ୍ରଷ୍ଟାଚାର ହୋଇଥିବା ଅଭିଯୋଗ ବିଗତ ୨୩ ବର୍ଷ ଧରି ଶାସନ କାଳରେ ,ହୋଇଥିବା ବିଭିନ୍ନ ଲୋକଙ୍କ ର ଆପତ୍ତି ଦରଖାସ୍ତ ଦାଖଲ କରିବା ସହିତ ଆଲୋଚନା କରିଥିଲେ । ମହାମହିମ ରାଜ୍ୟପାଳ ସମସ୍ତ ପ୍ରକାରର ଅଭିଯୋଗ କୁ ଶୁଣିବା ସହିତ ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତଶ୍ରୁତି ପ୍ରଦାନ କରିବା ସହିତଲୋକଙ୍କ ସମସ୍ୟା ର ସମାଧାନ କରିବା ପାଇଁ କଠୋର ପରିଶ୍ରମ କରିବାକୁ ସମସ୍ତ ଙ୍କୁ ଉପଦେଶ ପ୍ରଦାନ କରିଥିଲେ।

  ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ସହିତ ଶ୍ରୀ ଶ୍ୟାମ ସୁନ୍ଦର ପୁରୋହିତ , ପ୍ରେମାନନ୍ଦ ମିଶ୍ର , ତାପସ କୁମାର ପଟ୍ଟନାୟକ ,ସଂଗ୍ରାମ ବେହେରା ଯୋଗଦାନ୍ କରି ବିଭିନ୍ନ ଦାବି ଆପତ୍ତି ଦରଖାସ୍ତ ପ୍ରଦାନ କରିଥିଲେ l

Related Articles

Back to top button