Politics

ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ବ୍ଲକ ବୋର୍ଡ଼ା ପଞ୍ଚାୟତର ସର୍ଗିଗୁଡା ଗାଁ ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ

 

ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ବ୍ଲକ ବୋର୍ଡ଼ା ପଞ୍ଚାୟତର ସର୍ଗିଗୁଡା ଗାଁ ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ ଯୋଗଦେଇ ତୃଣମୂଳ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା କିଭଳି ପହଞ୍ଚି ପାରିବ ସେ ନେଇ ଆଲୋଚନା କରିଥିଲେ। ବିଜେଡି ସଂଗଠନକୁ ଓ୍ବାର୍ଡ ସ୍ତରରୁ ମଜଭୂତ କରିବା ସହିତ ଷଷ୍ଠ ଥର ପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦୁପାଟି ଯୁବ ପଞ୍ଚାୟତ ସଭାପତି ମୁକେଶ ଛତ୍ରିଆ, ବୋରଭଟ୍ଟା ଯୁବ ପଞ୍ଚାୟତ ସଭାପତି ଧବଳେଶ୍ଵର ନାଏକ, ଯୁବନେତା ସନ୍ତୋଷ ଗହୀର, ଧରଣୀ ଭାଟି, ରମେଶ କୁମାର ସାହୁ, ଲୋକନାଥ ବଗର୍ତ୍ତି, ସର୍ଗିଗୁଡା ଓ୍ବାର୍ଡ ମେମ୍ବର ମମତା ଚଲାନ, ମହିଳା ନେତ୍ରୀ ଚାନ୍ଦିନୀ ଛତ୍ରିଆ, ବରିଷ୍ଠ କର୍ମକର୍ତ୍ତା, ଯୁବ -ଛାତ୍ର ମହିଳା ଏବଂ ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button