Politics

ଯୁବ କଂଗ୍ରେସର ‘ରୋଜଗାର ଦୋ ନ୍ୟାୟ ଦୋ’ ଅଭିଯାନ

 

ଢେଙ୍କାନାଳ, ୨୪/୦୧: ଢେଙ୍କାନାଳ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ରୋଜଗାର ଦୋ ନ୍ୟାୟ ଦୋ ଅଭିଯାନ ଆରମ୍ଭ ହୋଇଛି । ମୋଦି ଓ ନବୀନ ସରକାର ଯୁବକମାନଙ୍କୁ ରୋଜଗାର ଦେବାର ବିଫଳତା ଓ ଯୁବକମାନଙ୍କ ଅଧିକାରରୁ ବଂଚିତ ଥୂବାରୁ ରାହୁଲ ଗାନ୍ଧୀଙ୍କ ଭାରତ ଜୋଡ ନ୍ୟାୟ ଯାତ୍ରା ‘ରୋଜଗାର ଦୋ ନ୍ୟାୟ ଦୋ’ ଆହ୍ଵାନକୁ ନେଇ ଏହା ଅଭିଯାନ ଆରମ୍ଭ ହୋଇଛି । ଢେଙ୍କାନାଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶୁଭମ ଦାସ ଏହାର ନେତୃତ୍ୱ ନେଉଛନ୍ତି । ଏଥିରେ ଜିଲ୍ଲାର ସହରରୁ ପଲ୍ଲୀ ଯାଏ ଏହି ଅଭିଯାନ ଚାଲିବ । କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ସଭାପତି ଶ୍ରୀ ଦାସଙ୍କ ସହ ଯୁବ କଂଗ୍ରେସ ଲୋକସଭା ସମ୍ପାଦକ ସୁଶାନ୍ତ ସାମଲ, ଟାଉନ୍ କଂଗ୍ରେସ୍ ସଭାପତି ହାଇଦର ମହମ୍ମଦ, ଯୁବନେତା ସୁଜିତ୍ ମଲ୍ଲିକ, ରାହୁଲ୍ ଦାସ, ରାକେଶ ନାଏକ, ଓମ୍ ପ୍ରକାଶ ନାଏକ, ସାଜିଦ୍ ବେଗ୍‌ଙ୍କ ସମେତ ବହୁ ଯୁବ କଂଗ୍ରେସ ସଦସ୍ୟ ଉପସ୍ଥିତ ରହି ‘ରୋଜଗାର ଦୋ ନ୍ୟାୟ ଦୋ’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।

Related Articles

Back to top button